ଭବାନୀପୁର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭବାନୀପୁରରେ ଆଜି ଭୋଟ ଗଣତୀ ହେବାକୁ ଥିବା ବେଳେ ଦିଦିଙ୍କ ହାର୍ ଜିତ୍ ର ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଦିଦିଙ୍କୁ ଏହି ଆସନରେ ଜିତିବା ଜରୁରୀ । ହେଲେ ଏହା ଏତେ ସହଜ ନୁହେଁ । କାରଣ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବରୱେଲ୍ ମଧ୍ୟ ବରାବର୍ ହୋଇ ଚାଲିଛନ୍ତି । ତେଣୁ ଭବାନୀପୁର ବିଧାନସଭା ଆସନ ଖୁବ୍ ଜରୁରୀ । ତେବେ ଏହି ପରିପ୍ରେକ୍ଷୀରେ ଆଜି କଡ଼ା ସୁରକ୍ଷା ଭିତରେ ଭବାନୀପୁର ଆସନରେ ଉପନିର୍ବାଚନର ଭୋଟ ଗଣତି ହେବ ।
ଭବାନୀପୁର ବ୍ୟତୀତ ଶମଶେରଗଞ୍ଜ ଏବଂ ଜଙ୍ଗୀପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ମଧ୍ୟ ଫଳାଫଳ ଘୋଷଣା ହେବ । ତେଣୁ ପଶ୍ଚିମବଙ୍ଗରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ରହିଛି । ସମସ୍ତ ରାଜନୈତିକ ଦଳ ଫଳାଫଳ ଅପେକ୍ଷାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏହା ବେଶ୍ ଜରୁରୀ । ନନ୍ଦୀଗ୍ରାମ ଆସନରେ ବିଧାନସଭା ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ଲଢ଼ୁଛନ୍ତି । ଭବାନୀପୁର ଆସନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ଗଣତି ଆରମ୍ଭ ହେବାର ୧ ଘଣ୍ଟା ପରେ ପ୍ରାଥମିକ ଫଳାଫଳ ସାମନାକୁ ଆସିବ । ଚଳିତ ଥର ଭବାନୀପୁର ବିଧାନସଭା କ୍ଷେତ୍ରରେ ୫୭ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି ।