fbpx

ପେଜରୁ ମିଳିଥାଏ ଏହି ସମସ୍ତ ଉପକାରିତା

ନୂଆଦିଲ୍ଲୀ:ଓଡିଶାର ପ୍ରଧାନ ଖାଦ୍ୟ ହେଉଛି ଭାତ । ସମସ୍ତେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ପ୍ରାୟତଃ ପ୍ରତ୍ୟେକ ଘରେ ପ୍ରତିଦିନ ଭାତ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ଭାତ ପ୍ରସ୍ତୁତ ହୋଇସାରିଲା ପରେ ଏଥିରୁ ବାହାରୁଥିବା ପେଜକୁ ଆମେ ଫିଙ୍ଗି ଦେଇଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ପେଜ ଶରୀର ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । କାରଣ ଏଥିରେ ପୌଷ୍ଟିକ ତ ୍ୱ ଭରପୂର ମାତ୍ରାରେ ଥାଏ । ଏହି ପେଜରେ ଭଜା ଜିରା ଓ ଲୁଣ ମିଶଇ ଏନର୍ଜୀ ଡ୍ରିଙ୍କ୍ସ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପିଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ଓ ଶକ୍ତି ମିଳିଥାଏ । ଏହି ପେଜ ସହିତ ପୋଦିନା ପତ୍ର ଓ କଳା ଲୁଣ ମିଶାଇ ସୁପ୍ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ ଦେଇଥାଏ ଓ ଶରୀରକୁ ଥଣ୍ଡା ରଖିଥାଏ ।
ଏହା ସହିତ କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ମିଳିଥାଏ । ଫେଜ ମଧ୍ୟ ସୌନ୍ଦର୍ୟ୍ୟ ପାଇଁ ଅତ୍ୟନ୍ତ ଲାଭଦୟକ ହୋଇଥାଏ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ଦାଗ ଦୂର କରିବାରେ ସାହାଯ୍ୟ କରିବା ସହ ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହାକୁ ସାମ୍ପୂ ଆକାରରେ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶର ଚମକ ବୃଦ୍ଧି ପାଇଥାଏ । ତେଣୁ ଏହାକୁ ନଫୋପାଡି ଏହାର ଉପଯୋଗ କରିବା ଉଚିତ୍ ।

Get real time updates directly on you device, subscribe now.