fbpx

ଟାଟା କମ୍ପାନିରେ ଚାକିରି ନାଁ ଠକେଇ: ଇଡିଠୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) :ଟାଟାରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ ଘଟଣାରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କିତ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଜେରା କରିବାକୁ ଇଡି ନୋଟିସ୍‌ କରିଥିଲା । ହେଲେ ସେ ହାଜର ନହୋଇ ଓକିଲଙ୍କ ଜରିଆରେ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ ।  ଇଡିରେ ହାଜର ହେବାକୁ ପ୍ରଦୀପ ଓ ତାଙ୍କ ଝିଅଙ୍କୁ ନୋଟିସ ଜରି ହୋଇଥିଲା । ଅନ୍ୟପଟେ ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍‌ଏସ ଅଫିସର ଅଭୟକାନ୍ତ ପାଠକ । ଏବେ ସେ ଜେଲ୍‌ରେ ଅଛନ୍ତି । ତେବେ ଗତକାଲି ଅଭୟକାନ୍ତ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ଇଡି । ସକାଳ ୯ଟାରୁ ରାତି ୯ଟା ଯାଏଁ ଜେରା କରିଥିଲା ।

Get real time updates directly on you device, subscribe now.