fbpx

୧୫୦ କଫ୍ ସିରପ ଜବତ, ଜଣେ ଗିରଫ

ନୂଆପଡ଼ା: ସିନାପାଲି ଅବକାରୀ ବିଭାଗକୁ ବଡ଼ ସଫଳତା । ୧୫୦ କଫ୍ ସିରଫ ଜବତ ସହ ଜଣେ ଯୁବକ ଗିରଫ । ଗିରଫ ଯୁବକ ସ୍ଥାନୀୟ କୋମନାର ଗିତାକୃଷ୍ଣ ସରାଫ । ଗୁରୁବାର ସକାଳୁ ସିନାପାଲି ଅବକାରୀ ବିଭାଗ କର୍ମଚାରୀ ପେଟ୍ରୋଲିଂ ସମୟରେ ଯୁବକଙ୍କୁ ଗିରଫ କରିଥିଲେ ।

ଖଡିଆଳ-ବୋଡେନ ରାସ୍ତାର ପଲସଦା ଛକ ନିକଟରେ ବସ୍ତା ଧରି ଛିଡ଼ା ହୋଇଥିବା ଉକ୍ତ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପଚରା ଉଚରା କରିଥିଲେ । ପରେ ବସ୍ତା ଭିତରୁ ୧୫୦ କଫ୍ ସିରଫ ବାହାରିଥିଲା । ଏକ ମାମଲା ରୁଜୁ କରି ଯବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି ସିନାପାଲି ଅବକାରୀ ବିଭାଗ ଏସଆଇ ଗଦାଧର ମହାରଣା ।

Get real time updates directly on you device, subscribe now.