fbpx

ହାର୍ଟ ଆଟାକ୍ ନେଲା ପୁନିଥଙ୍କ ଜୀବନ: ଆପଣ ବି ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ, ବିଶେଷଜ୍ଞ କହିଲେ କାରଣ

ବେଙ୍ଗାଲୁରୁ: ମାତ୍ର ୪୬ ବର୍ଷ ବୟସରେ କନ୍ନଡ ଅଭିନେତା ତଥା ପାୱାର ଷ୍ଟାର ପୁନିଥ୍ ରାଜକୁମାରଙ୍କ ମୃତ୍ୟୁ ଘଟିଛି । ହାର୍ଟ ଆଟାକ କାରଣରୁ ଅଭିନେତାଙ୍କର ଜୀବନ ଚାଲିଯାଇଛି । ପୁନିଥଙ୍କ ମୃତ୍ୟୁ ପରେ କମ୍ ବୟସ ଲୋକଙ୍କୁ ଅଧିକ ହାର୍ଟ ଆଟାକ୍ ଆସୁଥିବା ମାମଲାକୁ ନେଇ ପୁଣିଥରେ ଲୋକଙ୍କର ଚିନ୍ତା ବଢ଼ିଛି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ହାର୍ଟ ଆଟାର୍କ ଯୋଗୁଁ ୪୦ ବର୍ଷୀୟ ଟିଭି ଅଭିନେତା ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ହୋଇଥିଲା । ଯୁବକମାନଙ୍କ ମଧ୍ୟରେ ହାର୍ଟ ଆଟାକ୍ ବଢ଼ୁଥିବା ମାମଲାକୁ ନେଇ ବିଶେଷଜ୍ଞମାନେ ଅନେକ କାରଣ କହିଛନ୍ତି ।

ସିଗାରେଟ୍ ଓ ମଦ: ଆଜିକାଲି ଅଧିକାଂଶ ଯୁବପିଢ଼ି ୧୮ରୁ ୨୫ ବର୍ଷ ବୟସରେ ଧୂମ୍ରପାନ ଓ ମଦ ପିଇବା ଆରମ୍ଭ କରୁଛନ୍ତି । ଡାକ୍ତରଙ୍କ କହିବା ମୁତାବକ, ଯୁବକଙ୍କ ଏହି ଅଭ୍ୟାସ ଯୋଗୁଁ ସେମାନେ କାର୍ଡିଓଭସ୍କୁଲର ଡିଜିଜର ଶିକାର ହେଉଛନ୍ତି । କାର୍ଡିଓଭସ୍କୁଲର ହାର୍ଟ ଡିଜିଜ ଏକ ଗମ୍ଭୀର ସମସ୍ୟା, ଯାହାକି ଅନେକ ପ୍ରକାରର ହୃଦୟ ସମ୍ବନ୍ଧୀୟ ରୋଗର କାରଣ ହୋଇଥାଏ । ଡାକ୍ତରଙ୍କ କହିବା ମୁତାବକ, ଯେଉଁ ଯୁବକ ଦିନକ ମଧ୍ୟରେ ୧୦ଟି ସିଗାରେଟ୍ ପିଉଥାଏ, ତାଙ୍କୁ ହାର୍ଟ ଆଟାକ୍ ଆସିବାର ବିପଦ ୫୦ ପ୍ରତିଶତ ବଢ଼ିଯାଏ ।

ଜଙ୍କ ଫୁଡ୍: ଆଜିକାଲି ଅଧିକାଂଶ ଯୁବିପିଢ଼ି ଭୋଗ ମେଣ୍ଟାଇବାକୁ ଘର ଖାଇବା ବଦଳରେ ଜଙ୍କ ଫୁଡ଼୍ ଉପରେ ନିର୍ଭର କରୁଛନ୍ତି । ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ସହିତ ଚାଇନିଜ୍ ଖାଦ୍ୟକୁ ଲୋକେ ମହା ଆନନ୍ଦରେ ଖାଉଛନ୍ତି । ଏହି କାରଣରୁ ଶରୀରରେ କ୍ୟାଲୋରୀ ମାତ୍ରା ବଢ଼ିଯାଏ, ଯାହାର ସିଧା ପ୍ରଭାବ ହାର୍ଟ ଉପରେ ପଡିଥାଏ । ଭୁଲ୍ ଖାଦ୍ୟ ଯୋଗୁଁ କୋଲେଷ୍ଟ୍ରଲର ସ୍ତର ବଢ଼ିଯାଏ ଓ ଏହା ହୃଦୟସ୍ପନ୍ଦନକୁ ବଢ଼ାଇବାର କାମ କରିଥାଏ ।

କାମ ପ୍ରେସର: ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁଁ ଲୋକମାନେ ନିଜ ଡାଇଟକୁ ଅଣଦେଖା କରୁଛନ୍ତି । ଭୋକ ଲାଗିଲେ ବାହାରୁ ମିଳୁଥିବା ଖାଦ୍ୟ ଖାଉଛନ୍ତି ।ଲଗାତାର ଅଧିକ ସମୟ କାମ କରିବା ଓ ଜଙ୍କ ଫୁଡ ଖାଇବାର ସିଧା ପ୍ରଭାବ ରକ୍ତବାହୀ ଉପରେ ପଡିଥାଏ । ଏହି କାରଣରୁ ଯୁବକମାନେ କମ୍ ବୟସରେ ବ୍ଲଡ ପ୍ରେସରର ଶିକାର ହେଉଛନ୍ତି ।

ଷ୍ଟ୍ରେରଏଡର ପାର୍ଶ୍ୱ ପ୍ରତିକ୍ରିୟା: ଯୁବପିଢ଼ିଙ୍କ ମଧ୍ୟରେ ଅଭିନେତାଙ୍କ ଭଳି ବଡ଼ି କରିବାକୁ ଜିମରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଥାନ୍ତି । ଝାଳ ବୁହାଇବା ତ ଠିକ୍ ଅଛି, କିନ୍ତୁ କେତେକ ଜିମରେ ଭାରି ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି । ପୁଷ୍ଟିକର ଖାଦ୍ୟ ସନ୍ଧାନରେ ଯୁବକମାନେ ଏମ୍ବୋଲିକ୍ ଷ୍ଟେରଏଡ ପରି ପ୍ରଡକ୍ଟ ବ୍ୟବହାର କରନ୍ତି । ଯାହା ଫଳରେ ହାର୍ଟ ଆଟାକ୍ ଆସିବାର ବିପଦ ବଢ଼ିଯାଇଥାଏ ।

ଏହା ବ୍ୟତୀତ ଚିନ୍ତା, ଭଲରେ ନଶୋଇବା, ହାଇ ବ୍ଲଡ ପ୍ରେସର ଯୋଗୁଁ ହାର୍ଟ ଆଟାର ବିପଦ ବଢ଼ିଥାଏ । ହାର୍ଟ ଆଟାକ ଆସିବାର କୌଣସି ସମୟ ନାହିଁ । ଲୋକମାନେ ଯେକୌଣସି ସମୟରେ ଏହାର ଶିକାର ହୋଇପାରନ୍ତି । ହାର୍ଟ ଆଟାକ୍ ଆସିବାର ଏକ ମାସ ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ । ଥକ୍କା ଲାଗିବା, ନିଦ ନଆସିବା, ନିଶ୍ୱାସ ନେବାରେ ଅସୁବିଧା, ବିଚଳିତ ଲାଗିବା, ଖଟା ହାକୁଡି ଆସିବା, ଅନିୟମିତତା ଭାବେ ହୃଦୟସ୍ପନ୍ଦନ ହେବା, ପାଦ ଓ ଗୋଡ ଫୁଲିଯିବା ହାର୍ଟ ଆଟାକର ପ୍ରମୁଖ ଲକ୍ଷଣ । ଯୁବକମାନେ ଏହି ଗମ୍ଭୀର ରୋଗରୁ ରକ୍ଷାପାଇବା ପାଇଁ ବ୍ୟାୟାମ କରିପାରିବେ । ଡାଇଟ୍ ଫଲୋ କରିବା ସହିତ ପ୍ରଚୁର ମାତ୍ରାରେ ଫଳ ଓ ପନିପରିବା ଖାଇବା ଉଚିତ୍ । କମ୍ ବସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଭୋଜନ ଠିକ୍ ସମୟରେ କରନ୍ତୁ ଓ ଜଙ୍କ୍ ଫୁଡଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.