fbpx

ବାୟୁ ପ୍ରଦୂଷଣ ଯୋଗୁଁ ବଢ଼ିପାରେ ଡିପ୍ରେସନର ବିପଦ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଦୀପାବଳି ହେଉ ବା ଯାନବାହନ ଚଳାଚଳରୁ ବାୟୁ ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି । ଏକ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ, ବାୟୁ ପ୍ରଦୂଷଣ ସମ୍ପର୍କରେ ଆସିବାରୁ ସୁସ୍ଥ ଲୋକଙ୍କଠାରେ ଅବସାଦ ବା ଡିପ୍ରେସନର ବିପଦ ବଢ଼ିଥାଏ । ଖାସକରି ଯେଉଁମାନଙ୍କ ମଧ୍ୟରେ ଡିପ୍ରେସନ ଜେନେଟିକ୍ ରହିଛି, ସେମାନଙ୍କ ଠାରେ ଏହାର ବିପଦ ଆହୁରି ବଢ଼ିଯାଏ । ରିସର୍ଚ୍ଚ ମୁତାବକ, ହାଇ ପର୍ଟିକୁଲେଟ ମ୍ୟାଟର ଏୟର ପଲ୍ୟୁସନ୍ ଯୋଗୁଁ ଡିପ୍ରେସନର ବିପଦ ବଢ଼ିଥାଏ ।

ସୋମବାର ପିଏନଏଏସ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନରେ ବାୟୁ ପ୍ରଦୂଷଣ, ନ୍ୟୁରୋମେଜିଂ, ବ୍ରେନ୍ ଜିନ ଏକ୍ସେପ୍ରେସନ ଓ ୪୦ରୁ ଅଧିକ ଦେଶର ଏକ ଅନ୍ତରାଷ୍ଟ୍ରୀୟ ଜେନେଟିକ୍ ସଂଘରୁ ସଂଗୃହିତ ତଥ୍ୟ ଉପରେ ମିଳିତ ବୈଜ୍ଞାନିକଙ୍କ ତଥ୍ୟ ସାମିଲ ରହିଛି । ଆମେରିକାର ଲିବର ଇନଷ୍ଟିଚ୍ୟୁଟ୍ ଫର୍ ବ୍ରେନ୍ ଡେଭଲପମେଣ୍ଟ ବା ଏଲଆଇବିଡିର ହାଓ ୟାଙ୍ଗ ଟାନ୍ କହିଛନ୍ତି ଯେ, ଏହି ଅଧ୍ୟୟନ ମୁତାବକ ବାୟୁ ପ୍ରଦୂଷଣ ଡିପ୍ରେସନର ଅନୁକୂଳ ଜିନର ଅଭିବ୍ୟକ୍ତିକୁ ପରିବର୍ତ୍ତନ କରି ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ ଜ୍ଞାନଗତ ଏବଂ ଭାବପ୍ରବଣ ସର୍କିଟରୀକୁ ପ୍ରଭାବିତ କରୁଛି ।’

Get real time updates directly on you device, subscribe now.