fbpx

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଜାଣନ୍ତୁ କାହିଁକି?

କରଞ୍ଜିଆ(ଓଡ଼ିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ବର୍ଷା ଓ କୁହୁଡି ଯୋଗୁଁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶିମିଳିପାଳକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ପାଗ ଶୁଖିଲା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଉଦ୍ୟାନ । ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ସ ଘୋଷଣା କରିଛନ୍ତି ।

ତେବେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ନଭେମ୍ବର ୧ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା । ସକାଳ ୬ଟାରୁ ୯ଟା ମଧ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ବେଳେ ପିଠାବଟା ଗେଟ୍ ପଟରୁ ୨୫ଟି ଚାରିଚକିଆ ଗାଡ଼ିକୁ ଅନୁମତି ମିଳୁଥିଲା । ସେହିପରି ଯଶିପୁର ଗେଟ ପଟରୁ ୩୫ଟି ଗାଡ଼ିକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.