fbpx

ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ପଡିଲା ହାତ ଗଣ୍ଠି, ଅଭିସ୍ମିତଙ୍କ ହେଲେ ସାତ ଜନ୍ମର ଜୀବନ ସାଥୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ସବୁ ପ୍ରତୀକ୍ଷା ଏବଂ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଓଲିଉଡ ଅଭିନେତ୍ରୀ, ପ୍ରଯୋଜିକା ତଥା ସୁନ୍ଦରୀ ସଂଯୋଜିକା ଗୁନ୍‌ଗୁନ୍‌ ପଡିଲା ହାତ ଗଣ୍ଠି ପଡିଛି । ଅଭିସ୍ମିତଙ୍କୁ ସାତ ଜନ୍ମର ସାଥୀ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗୁନ୍‌ଗୁନ୍। ଜୀବନ ସାଥୀ ପାଇ ବହୁତ ଖୁସି ଥିବା ଗୁନ୍‌ଗୁନ୍‌ ଆଗାମୀ ଯାତ୍ରା ସଫଳ ନେଇ ନିଜ ପ୍ରଶଂସକ ଓ ସମର୍ଥନଙ୍କ ଠାରୁ ସ୍ନେହ, ଭଲପାଇବା ଓ ଆଶୀର୍ବାଦ ଲୋଡ଼ିଛନ୍ତି ।

ମଙ୍ଗଳବାର ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ କେଏମ୍‌ କନ୍‌ଭେନ୍‌ସନ୍‌(କୋହିନୂର ହଲ୍‌)ରେ ଗୁନ୍‌ଗୁନ୍‌ଙ୍କ ହାତଗଣ୍ଠି ଅଭିସ୍ମିତଙ୍କ ବିବାହ କରିଛନ୍ତି । ଏହି ଶୁଭ ପରିଣୟରେ ଉଭୟଙ୍କ ପରିବାର ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତ।ଏନେଇ ସେ ସୋସିଆଲ୍‌ ମିଡିଆରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.