ନେତାଙ୍କ ଦଳ ଡିଆଁକୁ ନେଇ ପଞ୍ଜାବ ରାଜନୀତିରେ ହଲଚଲ, ପ୍ରଥମେ ଆପ୍, ତା’ ପରେ କଂଗ୍ରେସ ଶେଷରେ…
ଏଣ୍ଡୁଅକୁ ବଳିଗଲେ ନେତା । କେଇ ଘଣ୍ଟାର ବ୍ୟବଧାନରେ ୩ ଥର ରାଜନୈତିକ ରଂଗ ବଦଳାଇଲେ କଂଗ୍ରେସ ନେତା ।
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଏଥିମଧ୍ୟରେ ଲୁଧିଆନାରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଜଣେ କାଉନସିଲର ୨୪ ଘଣ୍ଟା ମଧ୍ୟରେ ୩ ଥର ଦଳବଦଳ କରି ଚର୍ଚ୍ଚାରେ ଅଛନ୍ତି ।
କଂଗ୍ରେସର ୱାର୍ଡ଼ ନମ୍ବର ୬ରୁ ଜିତିଥିବା କାଉନସିଲର ଜଗଦୀଶ ଲାଲ ଦିଶା ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ୩ ଥର ଦଳ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଥିଲେ ।
ଡେଇଁଲେ କେଉଁ ଦଳକୁ ?
ଡିସେମ୍ବର ୨୬ ସକାଳେ କଂଗ୍ରେସ କାଉନସିଲର ଜଗଦୀଶ ଲାଲ ଦିଶା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଅପରାହ୍ନରେ ତାଙ୍କୁ ଅନୁଭବ ହେଲା କି ସେ ଭୁଲ ନିଷ୍ପତ୍ତି ନେଇଛନ୍ତି । ସେହି ଦିନ ସନ୍ଧ୍ୟା ୬ଟାରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ତାଙ୍କ ଅନ୍ତିମ ନିଷ୍ପତ୍ତି ନଥିଲା । ସେ ନିଜ ନିଷ୍ପତ୍ତି ବିଷୟରେ ପୁନଃ ବିଚାର କଲେ । ରାତି ୮ଟାରେ ଜଗଦୀଶଙ୍କୁ ଅନୁଭବ ହେଲା କି ତାଙ୍କ ପୂର୍ବ ନିଷ୍ପତ୍ତି ଥିଲା । ଏହା ଭାବି ସେ ଆଉ ଥରେ ଆପରେ ସାମିଲ ହୋଇଥିଲେ ।
ରୁଚିଲାନି କଂଗ୍ରେସ:
ଜଗଦୀଶ ଲାଲ ଦିଶା କଂଗ୍ରେସର ଜଣେ ସଚ୍ଚୋଟ ସୈନିକ ଭାବେ ବେଶ୍ ଜଣାଶୁଣା । ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର ବରିଷ୍ଠ ନେତା ତାଙ୍କୁ ସହଯୋଗ କରିନଥିଲେ । ଏନେଇ ଜଗଦୀଶ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ । ଗୁରୁବାର ସନ୍ଧ୍ୟାରେ ଆପରେ ସାମିଲ ହୋଇ ସେ କଂଗ୍ରେସର ବିଶ୍ୱାସ ଭାଙ୍ଗିଥିଲେ ।
ସବୁ ସେଇ ବିକାଶ ନାଁରେ:
ତୃତୀୟ ଓ ଶେଷ ଥର ପାଇଁ ଆପରେ ସାମିଲ ହେବା ପରେ ଜଗଦୀଶ ଲାଲ ସ୍ପଷ୍ଟ କରିଥିଲେ କି ସେ ବର୍ତ୍ତମାନ ଦଳ ସହ ରହିବେ ଏବଂ ୱାର୍ଡ଼ର ବିକାଶ ପାଇଁ କାର୍ଯ୍ୟ କରିବେ । କହିରଖୁଛୁ ଜଗଦୀଶ ଲାଲ କଂଗ୍ରେସ ଟିକେଟରେ ଆପର ମହିନ୍ଦର ଭଟ୍ଟିଙ୍କୁ ପରାସ୍ତ କରି ମୁନିସିପାଲ ନିର୍ବାଚନ ଜିତିଥିଲେ ।