fbpx

ଦଶହରା ବୁଲିବାକୁ ଆସିଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ନୂଆଦିଲ୍ଲୀ: ଦଶହରା ଦେଖିବାକୁ ଆସିଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଯୁବକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାଟି ବିହାରର ସରମେରା ଥାନା ଅଞ୍ଚଳରେ ଘଟିଛି। ଦୁଇ ବାଇକ ଦ୍ରୁତଗତିରେ ପିଟି ହୋଇ ଏପରି ଦୁର୍ଘଟଣା ଘଟିଛି। ରାହଗିରୀ ଦୁର୍ଘଟଣାର ସୂଚନା ପୋଲିସକକୁ ଦିଆଯାଇଛି।

ପୋଲିସ ଘଟଣାସ୍ଥଳରେ ସମସ୍ତ ୬ ଆହତ ଯୁବକଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ହେଲେ ୪ ଯୁବକଙ୍କୁ ଡାକ୍ତର ପ୍ରାଥମିକ ଯାଞ୍ଚରେ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଯୁବକଙ୍କ ଅବସ୍ଥା ଗୁରତର ରହିଛି। ପୋଲିସ ଚାରିଜଣ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସେହିପରି ମୃତକ-ଆହତକୁ ଦୁର୍ଘଟଣାର ସୂଚନା ଦେଇ ଡକାଇଛି।

Get real time updates directly on you device, subscribe now.