fbpx

‘ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ କାର୍ଯ୍ୟାନୁଷ୍ଠାନ’: ବିଏମସି କମିଶନରଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର: ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ। ଏନେଇ କଡ଼ା ଚେତାବନୀ ଦେଲେ ବିଏମସି କମିଶନର। କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ, ଚିକେନ ସେଣ୍ଟର ଓ ହୋଟେଲ ଉପରେ ରହିବ ନଜର। ଏଥିସହ କୁକୁଡା ଆଣୁଥିବା ସ୍ଥାନକୁ ଲକ୍ଷ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁକୁ ନେଇ ସଚେତନ ହେବାକୁ ବିଏମସିର ପରାମର୍ଶ।

ରାଜ୍ୟରେ ବର୍ତ୍ତମାନ ବାର୍ଡ ଫ୍ଲୁ ମାମଲା ବଢିବାରେ ଲାଗିଛି। ଏଥିପାଇଁ ଅନେକ କୁକୁଡାଙ୍କୁ ଜୀବନ ଗଲାଣି। ପିପିଲି, ସତ୍ୟବାଦୀ ପରେ ଡେଲାଙ୍ଗରେ ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିଲା। ତେବେ ଗତକାଲି ମଣିଷଙ୍କୁ ବାର୍ଡ ଫ୍ଲୁ ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.