fbpx

ବିମାନରୁ ଖସି ଅଫଗାନ୍ ଫୁଟବଲର୍ ମୃତ, ମିଳିଲା ଖଣ୍ଡବିଖଣ୍ଡିତ ଶରୀର; ତାଲିବାନିଙ୍କ ଡରରେ ଦେଶ ଛାଡ଼ିବାକୁ କରୁଥିଲେ ଚେଷ୍ଟା

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନେ ଆତଙ୍କ ଖେଳାଥିବା ବେଳେ ଲୋକ ମାନେ ଏବେ ପ୍ରାଣ ବିକଳରେ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଆପଣ ମାନେ ଦେଖିବାକୁ ପାଇଥିଲେ ଯେ, ବିମାନ ବନ୍ଦରରେ ଲୋକମାନେ ଭିଡ ଜମାଇଥିଲେ । ଏଥିସହ ପ୍ଲେନ୍ ରୁ ଖସି ପଡ଼ି ତିନିଜଣ ପ୍ରାଣ ହରାଇଥିଲେ । ଭିଡିଓଟି ସାରା ଦୁନିଆର ଲୋକମାନଙ୍କ ଛାତିକୁ ଥରାଇ ଦେଇଥିଲା । ତେବେ ଏହି ବିମାନରେ ଆଉ ଏକ ଘଟଣା ଘଟିଛି । ଯାହା ଆପଣମାନଙ୍କୁ ନିଶ୍ଚୟ ଭାବରେ ମର୍ମାହତ କରିବ ।

ଆମେରିକାକୁ ଉଡ଼ାଣ ଭରିଥିବା ଏହି ବିମାନରେ ଜଣେ ଅଫଗାନ୍ ନାଗରିକ ଡେଣାରେ ବସି ପଳାଇବାକୁ ଚେଷ୍ଟା କରୁଥିଲେ । ସେ ବିମାନର ବିଭିନ୍ନ ଅଂଶକୁ ଧରି ଅନ୍ୟ ଦେଶ ପଳାଇବାକୁ ଚେଷ୍ଟା କରୁଥିଲେ । ଏଥିରେ ଜଣେ ଅଫଗାନ୍ ଫୁଟବଲର୍ ଚଢ଼ି ପଳାଇବାକୁ ଚେଷ୍ଟା କରୁଥିଲେ । ସେ ବିମାନର ଲ୍ୟାଣ୍ଡିଂ ଗିୟରରେ ବସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସେଥିରେ କଟି ଯାଇ ପ୍ରାଣ ହରାଇଛନ୍ତି । ତାଙ୍କର ଖଣ୍ଡବିଖଣ୍ଡିତ ଶରୀରକୁ ଠାବ କରାଯାଇଛି । ଯାହା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରାଣ ହରାଇଥିବା ଏହି ଅଫଗାନ୍ ଫୁଟବଲର୍ ଙ୍କ ନାମ ହେଉଛି ଜ୍ୟାକି ଆନଭାରି । ତାଙ୍କ ଶରୀର ଚିହ୍ନଟ କରାଯିବା ପରେ ଜଣାପଡ଼ିଥିଲା ଯେ, ସେ ଅଫଗାନ୍ ଫୁଟବଲ୍ ଟିମ୍ ର ଜଣେ ସଦସ୍ୟ ।

Get real time updates directly on you device, subscribe now.