fbpx

ରାଜଧାନୀକୁ ଫେରିଲା କରୋନା ଭୟ: ବମିଖାଲର ଜୟଦୁର୍ଗା ନଗର ଅଞ୍ଚଳ କଣ୍ଟେନମେଣ୍ଟ ଘୋଷିତ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରାଜଧାନୀ ଭୁବନେଶ୍ୱରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଗୋଟିଏ ପଟେ ଓମିକ୍ରନର ଭୟାବହତା ମଧ୍ୟରେ ଆଜି ରାଜ୍ୟରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଭୁବନେଶ୍ୱର ବମିଖାଲ ସ୍ଥିତ ଜୟଦୁର୍ଗା ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିବା ଜଣାପଡିଛି ।

ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ଘୋଷଣା କରାଯାଇଛି ।

Get real time updates directly on you device, subscribe now.