fbpx

ନସରଲ୍ଲାଙ୍କ ହତ୍ୟା ପରେ ହାସିମ୍ ସାଫିଦ୍ଦିନ ହେଲେ ହିଜବୁଲ୍ଲାର ନୂଆ ମୁଖ୍ୟ

ନୂଆଦିଲ୍ଲୀ:ସୟଦ ହାସନ ନସରଲ୍ଲାଙ୍କ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିବା ପରେ ବର୍ତ୍ତମାନ ହାସିମ୍ ସାଫିଦ୍ଦିନଙ୍କୁ ହିଜବୁଲ୍ଲର ନୂତନ ମୁଖ୍ୟ ହୋଇଛନ୍ତି। ସେ ହସନ ନସରଲ୍ଲାଙ୍କ ସଂପର୍କୀୟ ଭାଇ। ନସରଲ୍ଲାଙ୍କ ହତ୍ୟା ପରେ ସଫିଦ୍ଦିନଙ୍କୁ ହିଜବୁଲ୍ଲାର ସମ୍ଭାବ୍ୟ ଉତ୍ତରଦାୟୀ ବୋଲି କୁହାଯାଉଥିଲା। ସେ ହିଜବୁଲ୍ଲାର ମୁଖ୍ୟ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ ଏବଂ ଶିୟା ମୁସଲିମ ଆନ୍ଦଳନର ମୁଖ୍ୟ, ଇରାନ ସହ ତାଙ୍କର ଗଭୀର ଧାର୍ମିକ ଏବଂ ପାରିବାରିକ ସମ୍ବନ୍ଧ ରହିଛି।

ସାଫିଦ୍ଦିନ ନସରଲ୍ଲାଙ୍କ ଭଳି ଦେଖାଯାଆନ୍ତି, କିନ୍ତୁ ସେ ନସରଲ୍ଲାଙ୍କଠାରୁ ବହୁତ ସାନ ଅଟନ୍ତି। ହିଜବୁଲ୍ଲାର ଏକ ଗୁପ୍ତ ସୂଚନାନୁଯାୟୀ, ସାଫିଦ୍ଦିନ ଗ୍ରେ-ଦାଢି ରଖନ୍ତି ଏବଂ ଚଶମା ଲଗାନ୍ତି। ତାଙ୍କୁ ହିଜବୁଲ୍ଲାର ମୁଖ୍ୟ କରିବା ପାଇଁ ସମସ୍ତଙ୍କ ସମର୍ଥନ ରହିଥିଲା।

Get real time updates directly on you device, subscribe now.