fbpx

ରାହୁଲଙ୍କ ପରେ ଲୋକସଭା ପଦ ହରାଇଲେ ଆଉ ଜଣେ ସାଂସଦ: ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି । ଏହା ସହ ତାଙ୍କୁ ଗିରଫ କରାଯାଇଛି । ଏହା ସହ ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।

ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ଅପହରଣ ଓ ହତ୍ୟା ମାମଲାରେ ମୁଖତାର ଅନସାରୀ ଓ ଅଫଜଲ ଅନସାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟଙ୍କ ଦଣ୍ଡାଦେଶ ପରେ ଅଫଜଲ ଅନସାରୀ ଲୋକସଭା ସାଂସଦ ପଦ ହରାଇବା ଏକପ୍ରକାର ନିଶ୍ଚିତ ।

ସଂସଦର ନିୟମ ଅନୁସାରେ, କୌଣସି ସଦସ୍ୟଙ୍କୁ ୨ ବର୍ଷ କିମ୍ବା ତାଠୁ ଅଧିକ ଜେଲ୍ ଦଣ୍ଡାଦେଶ ହେଲେ ସେ ସ୍ୱୟଂ ଅଯୋଗ୍ୟ ହୋଇଯିବେ । ୨୦୧୯ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ତାଙ୍କ ସାଂସଦ ପଦ ଚାଲି ଯାଇଥିଲା ।

Get real time updates directly on you device, subscribe now.