fbpx

ବିଜୟଙ୍କୁ ମିଳିଲା ଓଡିଶା କଂଗ୍ରେସର ପ୍ରଚାର କମିଟି ମଙ୍ଗ, ରାଜ୍ୟ ରାଜନୀତିର ବଦଳିବ କି ଦିଗ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନିକଟରେ କଂଗ୍ରେସ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି । କଂଗ୍ରେସ କ୍ୟାମ୍ପେନିଙ୍ଗ କମିଟିର ମୁଖ୍ୟ ଭାବେ ବିଜୟଙ୍କୁ ଦାୟିତ୍ୱ ମିଳିଛି । କିଛି ଦିନ ହେବ ବିଜୟ ଦଳରେ ଯେଉଁ ଭଳି ତାଙ୍କର ସକ୍ରିୟତା ପ୍ରତିପାଦିତ କରିଛନ୍ତି ତେବେ ତାଙ୍କୁ ଏହି ପୋଷ୍ଟ ମିଳିବା ସ୍ୱଭାବିକ କିନ୍ତୁ ବିଜୟଙ୍କ ଆଗାମୀ ଲକ୍ଷ୍ୟ କଣ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ସର୍ବପୂରାତନ ଦଳ ହେଲେ ମଧ୍ୟ କଂଗ୍ରେସ ଓଡିଶାରେ ସେତେ କିଛି ସ୍ଥିତି ସୃଦୁଢ଼ ନାହିଁ । କିନ୍ତୁ ବିଜୟ ଆସିବା ପରେ ଯେପରି କଂଗ୍ରେସରେ ପୁଣିଥରେ ଜୀବନ ଫେରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁ ଭଳି ଭାବେ ସେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏହା ସହିତ ଦଳର ସଙ୍ଗଠନକୁ ପୁର୍ନସ୍ଥାପିତ କରିବା ପାଇଁ କ୍ଷେତ୍ର ପରିଭ୍ରମଣ କରୁଛନ୍ତି ଏହା ଦେଖି ଲାଗୁଛି ବିଜୟଙ୍କ ଲକ୍ଷ୍ୟ କିଛି ଅଲଗା । ପ୍ରଥମେ ଝାରସୁଗୁଡା ଉପନିର୍ବାଚନ ପାଇଁ ଷ୍ଟ୍ରାର କ୍ୟାମ୍ପେନର ତାଲିକାରେ ନାମ ଆସବା ପରେ ଏବେ ଓଡିଶା କଂଗ୍ରେସ ପ୍ରଦେଶର କ୍ୟାମ୍ପେନିଙ୍ଗ କମିଟିର ଚେୟାରମ୍ୟାନ ଭାବେ ଦାୟିତ୍ୱ ମିଳିଛି ।ଆଉ ଏହା ଦର୍ଶାଉଛି ଯେ ଦଳ ବିଜୟଙ୍କ ଉପରେ ତାର ଭରପୁର ଆସ୍ଥା ପ୍ରକଟ କରୁଛି।

ନିଜର ଜୀବନ ଲୋକମାନଙ୍କ ହିତ ପାଇଁ ନିଚ୍ଛାବର କରିବାର ଆଶାରେ ସେ ପ୍ରଶାସନିକ ସେବାରେ ନିଜକୁ ନିଯୋଜିତ କରିଥିଲେ । ଆଉ ଏବେ ସେ ସେହି ଲୋକ ମାନଙ୍କ ପାଖରେ ପହିଞ୍ଚି ତାଙ୍କର ଅସୁବିଧା ପଚାରି ବୁଝିବାରେ ଲାଗିଛନ୍ତି । ଆଉ ଏହି ସବୁ ଦେଖି ଲାଗୁଛି ବିଜୟ କିଛି ବଡ ଚକ୍ରବ୍ୟୁହ ରଚୁଛନ୍ତି ।

ତେବେ ଏହାକଣ ସ୍ପଷ୍ଟ ଭାବେରେ ସୂଚନା ମିଳି ନଥିବାବେଳେ ଏହାପଛରେ ଆଗାମୀ ନିର୍ବାଚନ ପାଇଁ ଟିକେଟ ମଧ୍ୟ ହୋଇପାରେ । ତେବେ ଆଗକୁ କଣ ହେବ ତାହାତ ଦୂର କଥା ବିଜୟଙ୍କୁ ଏବେ ଏହି ଦାୟିତ୍ୱ ମିଳିବା ପରେ ଅନ୍ୟ ଦଳ ପାଇଁ ଏହା ଚିନ୍ତାର ବିଷୟ ପାଲଟିଲାଣି । କାରଣ ଏବେ ବିଜୟଙ୍କ ସକ୍ରିୟତା ଆଉ ନିଷ୍ଠାପରତା କଂଗ୍ରେସ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣରେ ବେଶ ସହାୟକ ହେବା ସହ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ କରିବାରେ ଏକ ମାଷ୍ଟ୍ରରକାର୍ଡର ଭୂମିକା ଲିଭାଇପାରେ ।

କେବଳ ଦେଖିବା ବାକି ରହିଲା ଏହା ପରେ ବିଜୟଙ୍କ ଆଗମୀ ପ୍ଲାନ କଣ ହେବ ।ଆଉ କଂଗ୍ରେସକୁ ପୁଣିଥରେ ଟ୍ରାକୁ ଫେରାଇ ଆଣିବାରେ ବିଜୟ କେତେ ଭୂମିକା ଲିଭାଇ ପାରୁଛନ୍ତି ।

Get real time updates directly on you device, subscribe now.