fbpx

Kuwait Fire Incident: କୁଏତରୁ ୪୫ଟି ମୃତଦେହ ଧରି ଭାରତକୁ ଫେରିଲା ବାୟୁସେନା ବିମାନ

Advertisement

ନୂଆଦିଲ୍ଲୀ: କୁଏତରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ବରଣ କରିଥିବା ୪୫ ଜଣ ଭାରତୀୟଙ୍କ ପାର୍ଥିବ ଶରୀରକୁ ନେଇ ଭାରତୀୟ ବାୟୁସେନାର ଏକ ବିଶେଷ ବିମାନ ଶୁକ୍ରବାର ସକାଳେ କୋଚିରେ ପହଞ୍ଚି । ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଦନ ସିଂହ ମଧ୍ୟ ଉପସ୍ଥିତ ଥିଲେ, ଯିଏ ଶିଘ୍ର ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ କୁଏତର ଅଧିକାରୀମାନଙ୍କ ସହ ଲଗାତାର କୋର୍ଡିନେଟ କରିଛି ।

ବିମାନର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏର୍ନାକୁଲମ ରେଞ୍ଜ ଡିଜି ପୁଟା ବିମଲାଦିତ୍ୟ କହିଛନ୍ତି ଯେ, ଆମେ ଶବକୁ ଗ୍ରହଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛୁ । ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗ କରିଛୁ । ମୃତଦେହ ମିଳିବା ମାତ୍ରେ ସେମାନଙ୍କୁ ସମ୍ବୋଧିତ ସ୍ଥାନକୁ ନିଆଯିବ । ୨୩ ଶବ କେରଳର, ୭ଟି ଶବ ତାମିଲନାଡୁର ଏବଂ ୧ଟି କର୍ଣ୍ଣାଟକର ।

 

Get real time updates directly on you device, subscribe now.