ନୂଆଦିଲ୍ଲୀ: ୫ଜି ସେବାକୁ ନେଇ ବଡ଼ ଅପଡେଟ ଆସିବାରେ ଲାଗିଛି । ରିଲାଏନ୍ସ ଜିଓର ବାର୍ଷିକ ସାଧାରଣ ମିଟିଂରେ ୫ଜି ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । କମ୍ପାନୀ ଦିପାବଳୀଠାରୁ ଏହାର ୫ଜି ସେବା ଆରମ୍ଭ କରିବାକୁ ଯାଉଛି ।
ତେବେ ଏହାରି ମଧ୍ୟରେ ଆଉ ଏକ ବଡ଼ ଟେଲିକମ୍ କମ୍ପାନୀ ତରଫରୁ ମଧ୍ୟ ୫ଜିକୁ ନେଇ ବଡ଼ ଅପଡେଟ୍ ଆସିଛି । ଟେଲିକମ୍ କମ୍ପାନୀ ଏୟାରଟେଲ୍ (Airtel) ମଧ୍ୟ ଏହାର ୫ଜି (5G) ସେବା ବିଷୟରେ ସୂଚନା ଦେଇଛି । ଏୟାରଟେଲ ଚେୟାରମାନ୍ ସୁନୀଲ ମିତ୍ତଲ ଭାରତରେ କମ୍ପାନୀର ୫ଜି ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି । ବିଜନେସ ଟୁଡେର ଅନୂଯାୟୀ କମ୍ପାନୀ ଅକ୍ଟୋବର ପ୍ରଥମ ସପ୍ତାହରେ ଏହାର ସେବା ଆରମ୍ଭ କରିବ ।
ବିଜନେସ ଟୁଡେର ଇଣ୍ଡିଆ ଆଟ୍ ୧୦୦ ଇକୋନୋମୀ ସମିଟ୍ରେ ଏନେଇ ସୂଚନା ଦେବା ସହ ସୁନୀଲ ମିିତ୍ତଲ କହିଛନ୍ତି ଯେ ୫ଜି ସେବାର ମଜା ଉଠାଇବା ପାଇଁ ଗ୍ରାହକଙ୍କୁ କିଛି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।