ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିଟ-୨ ମାର୍କେଟ ବିଲ୍ଲିଂ ସ୍ଥିତ କେଶରୀ ମଲ୍ ରେ ପୁଣି ଅଗ୍ନିକାଣ୍ଡ । ମଲ୍ ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି ନିଆଁ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ମଲ୍ ରେ ଥିବା ଲୋକଙ୍କୁ ବାହାରକୁ ବାହାର କରାଯିବା ସହ ମଲ୍ ବନ୍ଦ କରାଯାଇଛି । ଘଟଣା ସଂପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କୌଣସି ଧନ-ଜୀବନ ନଷ୍ଟ ହେବା ନେଇ ସୂଚନା ମିଳିନାହିଁ ।
ଅଗ୍ନିକାଣ୍ଡ ଯୋଗୁଁ ମଲ୍ ରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ସେପଟେ ଭୁବନେଶ୍ୱର ମେୟର ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥିତି ପରଖିଛନ୍ତି । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖରେ ମଧ୍ୟ ଏହି ମଲ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।