ନୂଆଦିଲ୍ଲୀ: ଆପଣ ଯଦି ବାରମ୍ବାର ଏକାଧିକ ରୋଗରେ ପଡ଼ୁଛନ୍ତି କି ? ଯଦି ହଁ ତାହେଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଇପାରେ । ଅନ-ହେଲଦି ଡାଇଟ୍, ବ୍ୟାୟାମ ନ କରିବା, ସଫାସୁତୁରା ନରହିବା ଇତ୍ୟାଦିର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିପାରେ । ଯଦି ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଅଛି ତାହେଲେ ଖୁବ୍ ଶୀଘ୍ର ରୋଗରେ ପଡ଼ିପାରନ୍ତି । ତେଣୁ ହାଇଜିନ୍ ଓ ଖାଦ୍ୟପେୟ ଉପରେ ବିଶେଷ ଦେବା ନିହାତି ଜରୁରୀ ।
ତେଣୁ ସୁସ୍ଥ ରହିବା ପାଇଁ କିଛି ଉପାୟକୁ ଆପଣାଇବାକୁ ପଡ଼ିବ । ତାହେଲେ ଚାଲନ୍ତୁ କଣ ସେହିସବୁ ଉପାୟ:
ଇମ୍ୟୁନିଟିକୁ ମଜବୁତ୍ କରିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ । ପାଣିପାଗ ବଦଳିବା ସହିତ ଶରୀରରେ ପରିବର୍ତ୍ତନ ଆସିଥାଏ । ଇମ୍ୟୁନିଟି ବୁଷ୍ଟର୍ ଯୁକ୍ତ ଖାଦ୍ୟ; ହଳଦୀ, ତୁଳସୀ ଓ ସବୁଜ ଶାଗ ଭଳି ଖାଦ୍ୟକୁ ଖାଆନ୍ତୁ । ପ୍ରତିଦିନ ହଳଦୀ ଓ ତୁଳସୀ ମିଶ୍ରିତ କ୍ଷୀର ପିଅନ୍ତୁ । ଫଳ, ପନିପରିବା ଓ ଡ୍ରାଇ ଫ୍ରୁଟସ୍ ଇତ୍ୟାଦି ଖାଆନ୍ତୁ ।
ସେହିପରି ରୋଗ ଓ ଇନଫେକ୍ସନ୍ ରୁ ବଞ୍ଚିବାକୁ ହେଲେ ସଫା ସୁତୁରା ଉପରେ ଧ୍ୟାନ ଦିଅନ୍ତୁ । ପବ୍ଲିକ୍ ଟଏଲେଟ୍ ବ୍ୟବହାର କରୁଥିଲେ ଆପଣ ଇନଫେକ୍ସନ୍ ର ଶିକାର ହୋଇପାରନ୍ତି । ତେଣୁ ସଫା ଟଏଲେଟ୍ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ପ୍ରତିଦିନ ଗାଧୋଇବା, ପୋଷାକକୁ ସଫା ରଖିବା ଭଳି ଦିଗରେ ଧ୍ୟାନ ଦିଅନ୍ତୁ ।
ଯଦି ଆପଣ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ତାହେଲେ ଆପଣ ଖୁବ୍ ଶୀଘ୍ର ରୋଗର ଶିକାର ହୋଇପାରନ୍ତି । ଏପରି ସ୍ଥଳେ ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ଡି୩ ସେବନ କରନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ସପ୍ଲିମେଣ୍ଟସ୍ ନେଇପାରିବେ । ମଦ ଓ ସିଗାରେଟ୍ ଠାରୁ ଦୂରେଇ ରୁହନ୍ତୁ ।
ସମୟେ-ସମୟେ ଚେକ୍-ଅପ୍ କରନ୍ତୁ । ଟେଷ୍ଟ ଆଦି ମଧ୍ୟ କରନ୍ତୁ । ୩୦ ବର୍ଷ ପରେ ପୁରୁଷମାନଙ୍କୁ ଡାଇବେଟିସ୍ ଯାଞ୍ଚ କରିବା ଦରକାର । ଏହା ବ୍ୟତୀତ ପ୍ରୋଷ୍ଟେଟ୍ କ୍ୟାନସର୍ ଠାରୁ ବର୍ତ୍ତିବା ପାଇଁ ରେଗୁଲାର୍ ଟେଷ୍ଟ୍ କରିବା ଜରୁରୀ । ହାର୍ଟ ଜନିତ କିଛି ସମସ୍ୟା ରହିଥିବାର ଆଶଙ୍କା ରହିଥାଇପାରେ । ତେଣୁ କାର୍ଡିଓଲୋଜିଙ୍କୁ ଦେଖାନ୍ତୁ । ବର୍ଷରେ ଦୁଇଥର ଡେଣ୍ଟିଷ୍ଟ୍ ବା ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତୁ ।