fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ମିଳିଲାନି ଜାମିନ, ସିବିଆଇକୁ ଏହି ନିର୍ଦ୍ଦେଶ ଦେଲେ SC

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ସୁପ୍ରିମକୋର୍ଟ ତାଙ୍କ ଜାମିନ ପିଟିସନକୁ ନେଇ ଶୁଣାଣି କରିଛନ୍ତି। ବର୍ତ୍ତମାନ ଆଗାମୀ ଶୁଣାଣି ୫ ସେପ୍ଟେମ୍ବରରେ ହେବ। ଅରବିନ୍ଦ କେଜ୍ରିୱାଲଙ୍କ ଜାମିନକୁ ବିରୋଧର କରି ସିବିଆଇ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲା। ସୁପ୍ରିମକୋର୍ଟ ଗୋଟିଏ ସପ୍ତାହରେ ସିବିଆଇକୁ କାଉଣ୍ଟର ଆଫିଡେଭିଟ ଫାଇଲ କରିବାକୁ କହିଥିଲେ। ଏହାପରେ ଆଗାମୀ ଶୁଣାଣି ୫ ସେପ୍ଟେମ୍ବରକୁ ହେବ।

ଏହା ପୂର୍ବରୁ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ପ୍ରତ୍ୟାଖ୍ୟାନ କରିଥିଲେ। କେଜ୍ରିୱାଲଙ୍କ ଓକିଲ ଅଭିଶେକ ମନୁ ସିଂଘବୀ ଅନ୍ତରୀଣ ଜାମିନର ଦାବି କରିଥିଲେ। ସେ କହିଥିଲେ ଯେ, କେଜ୍ରିୱାଲଙ୍କ ଉପରେ ଏପରି କିଛି ଅଭିଯୋଗ ନାହିଁକେଯ, ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଇପାରିବ ନାହିଁ।

Get real time updates directly on you device, subscribe now.