fbpx

ରାଜଧାନୀ, ଶତାବ୍ଦୀ ଓ ଦୁରୋନ୍ତୋ ଭଳି ପ୍ରିମିୟମ ଟ୍ରେନର କମିବ ଭଡ଼ା! ରେଳମନ୍ତ୍ରୀ ଦେଲେ ବଡ଼ ସୂଚନା

Advertisement

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ସରକାର ଏବେ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି । କରୋନା କାଳ ପରେ ରେଲୱେ କିଛି ପରିବର୍ତ୍ତନ କରିଛି । କରୋନା ପୂର୍ବରୁ ଟ୍ରେନରେ ଯାତ୍ରୀମାନଙ୍କୁ ମିଳୁଥିବା ଅନେକ ସୁବିଧା ଏପର୍ଯ୍ୟନ୍ତ ମିଳିନାହିଁ, ଯେଉଁଥିପାଇଁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ଏବେ ରେଳବାଇ ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ରାଜଧାନୀ, ଶତାବ୍ଦୀ ଓ ଦୁରୋନ୍ତୋ ଭଳି ପ୍ରିମିୟମ ଟ୍ରେନରେ ଡାଇନାମିକ୍ ଭଡ଼ା ଶେଷ କରିବାକୁ ଚିନ୍ତା କରୁଛି । ବାସ୍ତବରେ ରେଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ନକାରାତ୍ମକ ପ୍ରତିକ୍ରିୟା ଏବଂ ଯାତ୍ରୀଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ସରକାର ଡାଇନାମିକ୍ ଭଡା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛନ୍ତି କି? ଏହାର ଜବାବରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ବର୍ତ୍ତମାନ ସରକାରଙ୍କ ଫ୍ଲେକ୍ସି ଭଡା ନୀତି ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ ।

ରେଳ ମନ୍ତ୍ରୀ କହିଥିଲେ ଯେ, “ରେଳବାଇ ଡାଇନାମିକ୍ ଭଡା ସିଷ୍ଟମ ହେଉଛି ସେହି ବ୍ୟବସ୍ଥା ଯେଉଁଥିରେ ଚାହିଦା ଅନୁଯାୟୀ ଭଡା ସ୍ଥିର କରାଯାଇଥାଏ । ଏହା ଅଧୀନରେ ୧୦ ପ୍ରତିଶତ ସିଟ୍ ବୁକିଂ ହେବା ସହିତ ଭଡ଼ା ୧୦% ବୃଦ୍ଧି ପାଇଥାଏ । ଆସନ ସଂଖ୍ୟା ହ୍ରାସ ହେବା ସହିତ ଭଡ଼ା ବଢ଼ିଯାଇଥାଏ । ଅବଶ୍ୟ ଏହା ସମସ୍ତ ପ୍ରକାର ଟ୍ରେନରେ ଲାଗୁ ହେବ ନାହିଁ । ଏହି ବ୍ୟବସ୍ଥା ୯ ସେପ୍ଟେମ୍ବର ୨୦୧୬ ରେ ରାଜଧାନୀ, ଶତାବ୍ଦୀ ଓ ଦୁରୋନ୍ତୋ ଭଳି ଟ୍ରେନରେ ଲାଗୁ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଅନେକ ମାର୍ଗରେ ରେଳ ଭଡା ବିମାନ ଅପେକ୍ଷା ମହଙ୍ଗା ହୋଇଛି । ଏହି କାରଣରୁ, ଉଭୟ ସମୟ ଏବଂ ଅର୍ଥ କମ୍ ହେବାରୁ ଲୋକମାନେ ବିମାନ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ରେଳ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି ।’

Get real time updates directly on you device, subscribe now.