ଓଡ଼ିଶା ଭାସ୍କର: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ‘ଅବକୀ ବାର କିସକି ସରକାର’ର ଉତ୍ତର ଆଜି ହିଁ ଆସିଯିବ । ଆଜି ସକାଳୁ ଭୋଟ ଗଣନା ଆରମ୍ଭ ହୋଇସାରିଛି । ମହାରାଷ୍ଟ୍ରରେ ମହାୟୁତି କ୍ଷମତା ବଜାୟ ଲକ୍ଷ୍ୟରେ ରହିଛି । କ୍ଷମତାକୁ ଫେରିବା ନେଇ ମହା ବିକାଶ ଅଘାଡି ଆଶାୟୀ ଅଛି । ସେହିପରି ଝାଡ଼ଖଣ୍ଡରେ କ୍ଷମତାକୁ ଫେରିବା ନେଇ ଏନଡିଏ ଆଶାବାଦୀ କ୍ଷମତା ବଜାୟ ଲକ୍ଷ୍ୟରେ ଜେଏମଏମ-କଂଗ୍ରେସ ମେଣ୍ଟ ।
ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଭୋଟରଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି, ଯେଉଁଥିରେ ୨୦୧୯ର ବିଧାନସଭା ନିର୍ବାଚନର ତୁଳନାରେ ଆଠ ଲକ୍ଷ ଅଧିକ ମୁମ୍ବାଇ ବାସିନ୍ଦା ମତଦାନ କରିଛନ୍ତି । ୨୦୧୯ରେ ସହରରେ ୫୦.୫% ମତଦାନ ହୋଇଛି । ଚଳିତ ବର୍ଷ ମତଦାନ ବଢି ୫୫.୫% ହୋଇଯାଇଛି । ହାରାହାରି ୧.୦୨ କୋଟି ଭୋଟରଙ୍କ ସହ ୫% ବୃଦ୍ଧି ଅର୍ଥ ଆଠ ଲକ୍ଷ ଅତିରିକ୍ତ ଭୋଟର ଏଥର ଭୋଟ ଦେଇଛନ୍ତି । ଉତ୍ତର ପ୍ରଦେଶରେ ବିଧାନସଭାର ୯ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ହିଁ ଘୋଷଣା ହେବ ।