fbpx

ମହାକାଶରେ ବ୍ୟାୟାମ କଲେ ମହାକାଶଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଳୀ: ମହାକାଶରେ ବ୍ୟାୟାମ କରିବା ଶୁଣିଲେ ନିହାତି ଭାବେ ଆଶ୍ଚର୍ଯ୍ୟ ଲାଗୁଛି । କାରଣ ଏହା ଅସମ୍ଭବ । ପ୍ରଶ୍ନ ଉଠେ ଯେ କ’ଣ ତଳେ ଜାଗା ନାହିଁ ଯେ ଜଣେ ମହାକାଶରେ ବ୍ୟାୟାମ କରିବ । ସତରେ ଜଣେ ମହାକାଶଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭିଡିଓରେ ସେ ନିଜେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ପେସ୍କେ୍ୱଟ୍‌ ନାମକ ଜଣେ ବ୍ୟକ୍ତି ସର୍ବଦା ସୋସିଆଲ ମିଡିଆରେ କିଛି ନା କିଛି ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ପୋଷ୍ଟ କରି ଲୋକଙ୍କୁ ଆକର୍ଷିତ କରିଥାନ୍ତି । ତେବେ ତାଙ୍କର ଭିୟୁର୍ସଙ୍କର ସଂଖ୍ୟା ମଧ୍ୟ ଅଧିକ । ସେହିଭଳି ପେସ୍କେ୍ୱଟ୍‌ ସୋସିଆଲ୍‌ ମିଡିଆରେ ସ୍ପେସ୍‌ର ଏକ ଭିଡିଓ ସେୟାର କରିଛନ୍ତି । ଏବେ ସେ ଯେଉଁ ଭିଡିଓ ୪୧ ସେକେଣ୍ଡର ସେୟାର କରିଛନ୍ତି ସେଥିରେ ସେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ରେମୀଙ୍କୁ ଏହା ଖୁବ୍‌ ଆଶ୍ଚର୍ଯ୍ୟଚକିତ କରିଛି । ବାସ୍ତବରେ ଏହା ଆଶ୍ଚର୍ଯ୍ୟ ଲାଗିବା ଭଳି କଥା । ପେସ୍କେ୍ୱଟ୍‌ଙ୍କର ଏଥି ।ଇଁ ବୋଧହୁଏ ଭିୟୁର୍ସ ସଂଖ୍ୟା ଅଧିକ । ଏଭଳି ଆଶ୍ଚର୍ଯ୍ୟକର ଫଟୋ ସେୟାର କଲେ କେବଳ ଆପଣ କାହିଁକି ଅନ୍ୟମାନେ ମଧ୍ୟ ନିଶ୍ଚିତ ଭାବେ ଆପଣଙ୍କୁ ଫଲୋ କରିବେ ଏଥିରେ ସନ୍ଦେହ ନାହିଁ । ଏହା ତାଙ୍କର ନିଶା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

 

View this post on Instagram

 

A post shared by Thomas Pesquet (@thom_astro)

 

Get real time updates directly on you device, subscribe now.