fbpx

ଯନ୍ତ୍ରଣା ଭିତରେ ୩,୧୮୨ ପୁସଅପ୍ସ, ଘଣ୍ଟାକ ଭିତରେ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥାନ୍ତି । ଅନେକ ଭିନ୍ନ ଭିନ୍ନ କଳାକୌଶଳରେ ସିଦ୍ଧି ହାସଲ କରି ବିଶ୍ୱ ରେକର୍ଡରେ ନିଜ ନାମ ମଧ୍ୟ ପକ୍କା କରିଥାନ୍ତି । ଏହିପରି ଏବେ ଜଣେ ଆଥଲେଟ୍ ନିଜ ନାମରେ କରିଛନ୍ତି ବିଶ୍ୱ ରେକର୍ଡ । ଆଉ ତାହାବି ପୁଣି ପୁସଅପ୍ସ କରି ।

ଅଷ୍ଟ୍ରେଲିଆର ଜଣେ ଆଥଲେଟ୍ ଏକ ଘଣ୍ଟାରେ ୩,୧୮୨ ପୁସଅପ୍ସ ମାରି ବିଶ୍ୱ ରେକର୍ଡ କରିଛନ୍ତି । ଆଉ ପାଇଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡ୍ୟାନିଏଲ ସ୍କାଲି ନାମକ ଏହି ଅଷ୍ଟ୍ରେଲିଆନ ଆଥଲେଟ୍  କରିଛନ୍ତି ରେକର୍ଡ କରିଛନ୍ତି ।

ତାଙ୍କ ପୂର୍ବରୁ ୨୦୨୧ ଏକ ଘଣ୍ଟାରେ ୩,୦୫୪ ପୁସଅପ୍ସ କରି ରେକର୍ଡ କରିଥିବା ଜାରାଡ ୟଙ୍ଗଙ୍କ ଠାରୁ ଅଧିକ ୧୦୦ ପୁସଅପ୍ସ କରି ଡ୍ୟାନିଏଲ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଡ୍ୟାନିଏଲ କେବଳ ଜାରାଡ ୟଙ୍ଗଙ୍କ ଠାରୁ ଏହି ଟାଇଟଲ ନେଇନାହାଁନ୍ତି ବରଂ ଏହା ତାଙ୍କର ଦ୍ୱିତୀୟ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ । ପୂର୍ବରୁ ସେ ଆବଡୋମିନାଲ୍ ପ୍ଳାଙ୍କ ପୋଜିସନରେ ସବୁଠାରୁ ଅଧିକ ସମୟ ରହିବାର ରେକର୍ଡ ହାସଲ କରିଛନ୍ତି ।

ତେବେ ଡ୍ୟାନିଏଲଙ୍କ ଏହି ଯାତ୍ରା ଏତେଟା ସହଜ ନଥିଲା । କାରଣ ଯେତେବେଳେ ସେ ୧୨ ବର୍ଷ ବୟସରେ ବାମ ହାତ ଭାଙ୍ଗିବା କାରଣରୁ କମ୍ପଲେକ୍ସ ରିଜନାଲ ପେନ୍ ସିଣ୍ଡ୍ରୋମ୍ ସିଆରପିଏସ ନାମକ ଏକ ରୋଗର ଶିକାର ହୋଇଥିଲା । ଫଳରେ ବାମ ହାତର ପ୍ରଭାବିତ ହୋଇଥିବା ସ୍ଥାନରେ ଯଦି କୌଣସି ସ୍ପର୍ଶ ହୁଏ ତାଙ୍କୁ ଅତ୍ୟଧିକ ହୋଇଥାଏ ।

ଡ୍ୟାନିଏଲ କହିଛନ୍ତି ଏହି ସିଣ୍ଡ୍ରୋମ୍ ଯୋଗୁଁ ଯେକୌଣସି ପ୍ରକାର ସ୍ପର୍ଶ ମତେ କଷ୍ଟ ଦେଉଥିଲା । ସେ କହିଛନ୍ତି ଏହି ସିଣ୍ଡ୍ରୋମ୍ ସହ ଆଗକୁ ବଢ଼ିବା ସହଜ ନଥିଲା । ଏହି ସିଣ୍ଡ୍ରୋମ୍ ଯୋଗୁଁ ଅନେକ ଥର ଚିକିତ୍ସା କରିବାକୁ ପଡ଼ିଛି, ଅନେକ ଥର ହସ୍ପିଟାଲରେ ମାସ ମାସ ଧରି ବିତାଇବାକୁ ପଡ଼ିଛି ଏମିତିକି ଯନ୍ତ୍ରଣା କମାଇବା ପାଇଁ ଆନାସ୍ଥେସିଆ ନେବାକୁ ପଡ଼ିଥିଲା । ତଥାପି ସେ ଏହି କଷ୍ଟକୁ ସହି ଆଗକୁ ବଢ଼ିଥିଲେ ।

 

Get real time updates directly on you device, subscribe now.