ଭରାରିସେନ୍: ଉତ୍ତରାଖଣ୍ଡ ବଦ୍ରିନାଥ ଧାମରେ ହିମସ୍ଖଳନ । ହିମସ୍ଖଳନ ପାଇଁ ଫସି ରହିଛନ୍ତି 41 ଶ୍ରମିକ ।
ମାନାରୁ ଘୋଷ୍ଟଲିକୁ ସଂଯୋଗ କରୁଥିବା ନ୍ୟାଶନାଲ ହାଇାୱେରେ ହିମସ୍ଖଳନ ହୋଇଥିବା ସୂଚନା ।
ଘଟଣାସ୍ଥଳରେ ୫୭ରୁ ଅଧିକ ଶ୍ରମିକ କାମ କରୁଥିଲେ । ସୂଚନା ପାଇ ବିଆରଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି 16 ଶ୍ରମିକଙ୍କୁ ଉଦ୍ଧାର କରିଛି ।
ଗତ ୪୮ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳରେ ବରଫପାତ ଲାଗି ଲାଗିରହିଛି । ଘରୋଇ କଣ୍ଟ୍ରାକ୍ଟର ଅଧିନରେ ରାସ୍ତା କାମ ଜାରି ଥିବାବେଳେ ଏ ଅଘଟଣା ଘଟିଥିବା ସୂଚନା ।
ସ୍ଥାନ ଖାଲି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଥିବାବେଳେ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି ।