fbpx

ବଢ଼ିଲା ‘ୟଶ୍’ ଚିନ୍ତା, ବାଲେଶ୍ୱରରେ ୧.୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାବ ଭୀଷଣ ବାତ୍ୟା ରୂପ ନେବାକୁ ଯାଉଛି । ଏହି ବାତ୍ୟା ୟଶ୍ ପାଇଁ ଓଡ଼ିଶାରେ ଚିନ୍ତା ବଢ଼ି ଯାଇଛି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା ମୁକାବିଲା ପାଇଁ ସତର୍କ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇସାରିଛି । ରାଜ୍ୟ ସରକାର ମଧ୍ୟ ଆବଶ୍ୟକ ସହଯୋଗ କରିଛନ୍ତି ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ପାଇଁ ୧୨ ୟୁନିଟ୍ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ସେମାନେ ପ୍ରପୀଡ଼ିତ ଲୋକଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସହିତ ସୁରକ୍ଷା କାର୍ଯ୍ୟ କରିବେ । ଇତିମଧ୍ୟରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ଜଣାପଡ଼ିଛି । ଅତିରିକ୍ତ ପୋଲିସ୍ ଡିଜି ଯଶୋବନ୍ତ ଜେଠୱା ବାତ୍ୟା ମୁକାବିଲା ସମ୍ପର୍କରେ ପ୍ରମୁଖ ଅଧିକାରୀମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ସୋମବାର ପୂର୍ବାହ୍ଣରେ କରିସାରିଛନ୍ତି ।

Get real time updates directly on you device, subscribe now.