fbpx

ଦଶହରା କାରଣରୁ ବ୍ୟାଙ୍କଗୁଡ଼ିକ ଲଗାତାର ୫ଦିନ ବନ୍ଦ ରହିବ! ଜାଣନ୍ତୁ କାହିଁକି ଆରବିଆଇ କେବଳ ଏହି ରାଜ୍ୟଗୁଡିକୁ ଦେଲା ଛୁଟି

ନୂଆଦିଲ୍ଲୀ: ଉତ୍ସବର ଋତୁ ଆସିବା ସହିତ ଛୁଟିଦିନ ମଧ୍ୟ ଆରମ୍ଭ ହୋଇଛି । ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବ, ଯେଉଁଥିରୁ ଏହି ସପ୍ତାହରେ ପାଞ୍ଚଟି ଛୁଟି ଆସୁଛି ।

ବର୍ତ୍ତମାନ ଦଶହରା କାରଣରୁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ଦଶହରା କାରଣରୁ ଆରବିଆଇ ପାଞ୍ଚ ଦିନ ବ୍ୟାଙ୍କ ବନ୍ଦ କରି ରଖିଛି । ତେବେ ଆରବିଆଇ ଏହି ପାଞ୍ଚ ଦିନିଆ ଛୁଟି କେବଳ କିଛିି ରାଜ୍ୟମାନଙ୍କୁ ଦେଇଛି ।

ଏହି ସପ୍ତାହରେ ବ୍ୟାଙ୍କଗୁଡିକ ୫ ଦିନ ବନ୍ଦ ରହିବ :-

ଦଶହରା ଅବସରରେ କେତେକ ରାଜ୍ୟରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯେପରି ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ୧୦ ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ । ଏଥି ସହିତ, ସିକ୍କିମରେ ବ୍ୟାଙ୍କଗୁଡିକ ୧୧ ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ ।

ଦଶହରାରେ ବ୍ୟାଙ୍କଗୁଡିକ ପାଞ୍ଚ ଦିନ ବନ୍ଦ ରହିବ :-

ଅକ୍ଟୋବର ୧୦ (ମହା ସପ୍ତମୀ): ତ୍ରିପୁରା, ଆସାମ, ନାଗାଲାଣ୍ଡ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଅକ୍ଟୋବର ୧୧ (ମହା ଅଷ୍ଟମୀ / ମହାନବମୀ / ଆୟୁଧ ପୂଜା): ତ୍ରିପୁରା, କର୍ଣ୍ଣାଟକ, ଓଡିଶା, ତାମିଲନାଡୁ, ଆସାମ, ସିକ୍କିମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ବିହାର, ଝାଡଖଣ୍ଡ, ଏବଂ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଅକ୍ଟୋବର ୧୨ (ଦଶହରା/ମହାନବମୀ / ବିଜୟାଦାଶମୀ): ଶନିବାର ଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ, କାରଣ ଏହା ମାସର ଦ୍ୱିତୀୟ ଶନିବାର ।
ଅକ୍ଟୋବର ୧୩: ରବିବାର ।

ଅକ୍ଟୋବର ୧୪ (ଦୁର୍ଗା ପୂଜା): ସୋମବାର ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

Get real time updates directly on you device, subscribe now.