ଭୁବନେଶ୍ୱର: ଯାତ୍ରାରେ ବିବାଦ ଥମିବାର ନାମ ନେଉନାହିଁ । ବିବାଦ ଏତେ ବଢ଼ିଚାଲିଛି ଯେ, ଜଣ ଜଣ କରି ଅଭିନେତା ଏବେ ଆକ୍ରୋଶର ଶିକାର ହେଉଛନ୍ତି ।
ଏବେ ବାପି ପଣ୍ଡାଙ୍କୁ ଯାତ୍ରା କମିଟି ପରିଚାଳକ ଜଗତ ଜୀବନ ପଣ୍ଡା ଟାର୍ଗେଟ କରିଛନ୍ତି ।
ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଜଗତ ଜୀବନ ପଣ୍ଡା । ବାପି ପଣ୍ଡା କ୍ଷମା ନ ମାଗିଲେ ମୁହଁରେ ପାଉଡର ମାରିପାରିବେ ନାହିଁ । ଯାତ୍ରା କଳାକାରଙ୍କ ପାରିଶ୍ରମିକ ଉପରେ କଟକଣା ରହିବ ।
ନରି ପଣ୍ଡାକୁ ଯାତ୍ରାରୁ ବୟକଟ କରିବା ପରେ ଯାତ୍ରା କଳାକାର ସଂଘ କିନ୍ତୁ ନରିଙ୍କ ସପକ୍ଷରେ ବାହାରିଥିଲା । ନରିଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ଦାବି କରିଛନ୍ତି ।
କଳାକାର ଚାହିଁଲେ ଯାତ୍ରା ବନ୍ଦ ହୋଇଯିବ ବୋଲି ବାପି ପଣ୍ଡା କହିଥିଲେ । ଯାହାପରେ ଯାତ୍ରା କମିଟି ସଦସ୍ୟ ଏବେ ବାପିଙ୍କୁ ଟାର୍ଗେଟ କରିଛନ୍ତି ।