fbpx

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଲୋକସଭାରେ ଦାବି ଉପସ୍ଥାପନ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଲୋକସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବିଧାନର ଧାରା ୩୭୭ ଅନୁସାରେ ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଅଲଗା ଜିଲ୍ଲାର ମାନ୍ୟତା ଦେବା ପାଇଁ ସାଂସଦ ଲୋକସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୂଚନାଯୋଗ୍ୟ, ୧୯୯୩-୧୯୯୪ ମସିହାରେ ଲୋକମାନଙ୍କ ପାଖରେ ପ୍ରଶାସନକୁ ପହଁଞ୍ଚାଇବା ଲାଗି ଓଡ଼ିଶାରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯାଇଥିଲା । ସେହିପରି ସାଂସଦ ପୂଜାରୀ ବ୍ଲକ ପୁର୍ନଗଠନ ପ୍ରସଙ୍ଗରେ ମତ ରଖି କହିଛନ୍ତି, ୧୯୮୪ ମସିହାରେ ଶେଷଥର ପାଇଁ ରାଜ୍ୟରେ ବ୍ଲକ ପୁର୍ନଗଠନ ପ୍ରକ୍ରିୟାରେ ବ୍ଲକ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଥିଲା ।

ତାଙ୍କର ଦାବି ଅନୁସାରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକକୁ ବିଭକ୍ତ କରି ତିନୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର ମେଳଛାମୁଣ୍ଡାକୁ ନୂତନ ବ୍ଲକର ମାନ୍ୟତା ପାଇଁ ସାଂସଦ ଶ୍ରୀ ପୂଜାରୀ ଲୋକସେବାରେ ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.