ଓଡ଼ିଶା ଭାସ୍କର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ରଡକାଷ୍ଟ୍ ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ(BECIL) ଏହାର ୧୫ଟି ପଦବୀ ପୁରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀ BECILର ଅଫିସିଆଲ ୱେବସାଇଟ୍ becil.comକୁ ଯାଇ ଆବେଦନ କରିପାରିବେ ।
BECIL ଏହାର ଷ୍ଟାର୍ଟ ଅପ୍ ଫେଲୋ(୪), ୟଙ୍ଗ୍ ପ୍ରଫେସନାଲ(୧୦) ଏବଂ ଆଇଟି କନସଲଟାଣ୍ଟ(୧) ପାଇଁ ଖାଲି ଥିବା ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୨୯ । ଅଧିକ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ଯାଇ ଯାଞ୍ଚ କରିପାରିବେ ।
ଚୟନ ପ୍ରକ୍ରିୟା ଏବଂ ଦରମା
ଦୁଇଟି ରାଉଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପ୍ରଥମ ପ୍ରାର୍ଥୀଙ୍କ ଦକ୍ଷତା ପରୀକ୍ଷା ଏବଂ ଦ୍ୱିତୀୟ ସାକ୍ଷାତକାର । ଏହି ଦୁଇଟି ରାଉଣ୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ୩୩ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।
କିପରି କରିବେ ଆବେଦନ ?
୧. ପ୍ରଥମେ ର ଅଫିସିଆଲ ୱେବସାଇଟ୍ becil.comକୁ ଯାଆନ୍ତୁ ।
୨. ଏହା ପରେ ହୋମ୍ ପେଜର କ୍ୟାରିୟରର ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୩. ଏହା ପରେ ରେଜିଷ୍ଟ୍ରେସନ୍ ଫର୍ମ(online apply) ଲିଙ୍କ୍ ଉପରେ କ୍ଲିକ୍ କରି ପ୍ରଥମେ ନ୍ୟୁ ରେଜିଷ୍ଟ୍ରେସନ କରନ୍ତୁ ।
୪. ଏହା ପରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ଫର୍ମ ପୂରଣ କରିବା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ ।