ଓଡ଼ିଶା ଭାସ୍କର: ବର୍ତ୍ତମାନ ରମଜାନ ପବିତ୍ର ମାସରେ ମୁସଲମାନଙ୍କ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ହେଲେ ସେମାନଙ୍କ ରୋଷେଇ ଘରେ ଗୋଟିଏ ପ୍ରକାର ବ୍ୟଞ୍ଜନର ଯାଦୁ ଚାଲେ ସେଇଟା ହେଉଛି ବିରିୟାନୀ । ଏହା ଭାରତୀୟ ଉପମହାଦ୍ୱୀପର ସବୁଠାରୁ ଲୋକପ୍ରିୟ ଖାଦ୍ୟ । ଖାସକରି ମୁସଲମାନମାନେ ଏହାକୁ ରମଜାନର ପବିତ୍ର ମାସରେ ପ୍ରସ୍ତୁତ କରିଥାଆନ୍ତି ।
ବିରିୟାନୀ ହେଉଛି ଏପରି ଏକ ଖାଦ୍ୟ ଯାହାକୁ ଆପଣ ବିନା କୌଣସି ଆଇଟମ ବ୍ୟତୀତ ପେଟଭରି ଖାଇପାରିବେ । ଇଫତାର ସମୟରେ ବେଳେ ବେଳେ ଭିନ୍ନ-ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବା କଷ୍ଟକର ହୋଇଥାଏ । ଏଥିରେ ଯଦି ବିରିୟାନୀକୁ କେବଳ କିଛି ଷ୍ଟାଟର୍ସ ସହ ପରସା ଯାଏ ତେବେ ଏହା ସଂପୂର୍ଣ୍ଣ ଭୋଜନ ହୋଇଯାଏ ଏବଂ ଲୋକେ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି ।
ହେଲେ ଆପଣ କେବେ ଭାବିଛନ୍ତି କି ଏହି ବିରିୟାନୀ କେଉଁଠୁ ଆରମ୍ଭ ହୋଇଥିଲା, ସର୍ବ ପ୍ରଥମେ ବିରିୟାନୀ କେଉଁଠୁ ତିଆରି କରାଗଲା ଏବଂ ପୁଣି କିଏ ଏହାକୁ ଟେଷ୍ଟ କଲା । ଆଜି ଏହି ଡିଟେଲ୍ସ ବିଷୟରେ ଏହି ଆର୍ଟିକିଲ ଜାଣିବା । ତେବେ ଆସନ୍ତୁ ବିରିୟାନୀର ଇତିହାସ ବିଷୟରେ ଜାଣିବା ।
ବିରିୟାନୀର ଇତିହାସ:
ଭାରତରେ ବିରିୟାନୀର ଇତିହାସ ବହୁ ପୁରାତନ ଅଟେ । ୨୦୧୭ରେ ପ୍ରତିଭା କରଣ ନିଜ ବହିରେ ଲେଖିଥିଲେ ଯେ, ଷୋଡଶ ଶତାବ୍ଦୀରେ ମୁସଲମାନ ଶାସକ ଭାରତରେ ନିଜର ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଏହି ସମୟରେ ସେ ଇରାନରୁ ବିରିୟାନୀ ତିଆରିର ରେସିପି ଆଣିଥିଲେ । ବିରିୟାନୀ ଶବ୍ଦ ପାର୍ସୀ ଭାଷାରୁ ବିରଞ୍ଜ ଶବ୍ଦରୁ ମିଳିଥିଲା । ଯାହାର ଅର୍ଥ ହେଉଛି ଚାଉଳ । ସେହି ଯୁଗରେ କେସର ଏବଂ କ୍ରିମ ପରି ମହଙ୍ଗା ଏବଂ ଅନ୍ୟାନ୍ୟ ମହଙ୍ଗା ଜିନିଷରୁ ପ୍ରସ୍ତୁତ କରାଯାଉଥିଲା । ତେଣୁ ସେତେବେଳେ ବିରିୟାନୀ କେବଳ ରାଜାମାନଙ୍କ ଖାଦ୍ୟ ଥିଲା ।
ବିରିୟାନୀ କାହାଣୀରେ ସବୁଠାରୁ ପ୍ରସିଦ୍ଧ କାହାଣୀକୁ ମୋଗଲ ବାଦଶାହ ଶାହଜାହାନଙ୍କ ସ୍ତ୍ରୀ ମୁମତାଜ ମହଲଙ୍କ ସହ ଯୋଡାଯାଏ । ଏପରି କୁହାଯାଏ ଯେ, ୧୭ ତମ ଖ୍ରୀଷ୍ଟାବ୍ଦରେ ଥରେ ମୁମତାଜ ମହଲ ଏହା ଦେଖି ବହୁ ଚିନ୍ତିତ ଥିଲେ ଯେ, ତାଙ୍କ ଦରବାରରେ ଥିବା ସୈନିକ ଲଗାତାର କମଜୋର ହେଉଥିଲେ । ସେହି ସମୟରେ ମୁମତାଜ ମହଲ ନିଜ ଶାହି ରୋଷେଇୟାଙ୍କୁ ସୈନିକମାନଙ୍କ ପାଇଁ ଏପରି ପୃଷ୍ଟିକର ଏବଂ ସନ୍ତୁଳିତ ଭୋଜନ ତିଆରି କରିବାକୁ ଆଦେଶ ଦେଲେ ଯାହା ତାଙ୍କୁ ଶକ୍ତି ଦେଇପାରିବ ।
ଏହାପରେ ରୋଷେୟାମାନେ ମସଲା, ମାଂସ, ପନିପାରିବା ଏବଂ ଚାଉଳକୁ ମିଶାଇ ଏକ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ, ଯାହାକୁ ଆଜି ଆମେ ବିରିୟାନୀ ନାମରେ ଜାଣିଛୁ । ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା, ଭାରତୀୟ ରାଜ୍ୟ ଆୱାଦ ଏବଂ ହାଇଦ୍ରାବାଦର ରାଜ ରୋଷେୟାମାନେ ବିରିୟାନୀ ରାନ୍ଧିବା ପ୍ରଣାଳୀକୁ ଆହୁରି ଉନ୍ନତ କରିଥିଲେ। ଏଥି ସହିତ, ଭାରତର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ସେମାନଙ୍କର ସ୍ୱାଦ ଅନୁଯାୟୀ ବିଭିନ୍ନ ଉପାଦାନ ଯୋଗ କରି ବିରିୟାନୀ ତିଆରି କରିବାର ନିଜର ବିଶେଷ କୌଶଳ ପ୍ରସ୍ତୁତ କରିଛନ୍ତି।
ଆୱାଦ ରାଜ୍ୟର ପ୍ରସିଦ୍ଧ ଆୱାଦି ବିରିୟାନୀ ସମଗ୍ର ଦେଶରେ ସବୁଠାରୁ ପସନ୍ଦିତ ବିରିୟାନୀ ମଧ୍ୟରୁ ଅନ୍ୟତମ। କୁହାଯାଏ ଯେ ୧୭୮୪ ର ଭୟଙ୍କର ଦୁର୍ଭିକ୍ଷ ସମୟରେ ଆୱାଦର ମୁସଲିମ ନବାବ ଆସଫ-ଉଦ-ଦଲା ଲକ୍ଷ୍ନୌରେ ‘ଆସଫି ଇମମ୍ବର’ ନିର୍ମାଣ ଆରମ୍ଭ କରିଥିଲେ। ସେତେବେଳେ ୨୦,୦୦୦ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଇଥିଲା, ଯେଉଁଥିରେ ପ୍ରଚୁର ପରିମାଣରେ ଚାଉଳ ରହିଥିଲା। ଯାହାଦ୍ୱାରା ଏହି ବିଶେଷ ଖାଦ୍ୟ ଖାଇ ଶ୍ରମିକମାନେ ଅଧିକ ଘଣ୍ଟା କାମ କରିପାରିବେ ଏବଂ ସେମାନଙ୍କର ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ। ଏହି ଖାଦ୍ୟ କେବଳ ବିରିୟାନି ଥିଲା।