fbpx

BJD ନେତ୍ରୀ ତଥା NAC ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ବିଜେଡିର ଜଣେ ନେତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ଗତ ୨୦୨୨ ମସିହାରେ ବିଜେଡି ଟିକେଟରେ ଏନଏସି ନିର୍ବାଚନରେ ବିଜୟ ଲାଭ କରିଥିବା ଜଣେ ନେତ୍ରୀଙ୍କର ପରଲୋକ ଘଟିଛି । କନ୍ଧମାଳ ଜିଲ୍ଲାର ଜଣେ ନେତ୍ରୀଙ୍କର ଅଚାନକ ମୃତ୍ୟୁ ଖବରକୁ ନେଇ ରାଜନୈତିକ ମହଲରେ ଦୁଃଖର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିର ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଆଜି ଅପରାହ୍ଣରେ ପରଲୋକ ଗମନ କରିଛନ୍ତି । ଶ୍ରୀମତୀ ମିଶ୍ରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ନିର୍ବାଚନରେ ବିଜୟ ହାସଲ କରିବା ପରେ ଭାନୁପ୍ରଭା ସହରର ବିକାଶ କାର୍ଯ୍ୟ ଜାରି ରଖିଥିବା ବେଳେ ତାଙ୍କର ଅଚାନକ ବିୟୋଗ ପରେ ଏବେ ଜନସାଧାରଣଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

ଭାନୁପ୍ରଭା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୨ ବର୍ଷ ହୋଇଥିବା ବେଳେ ତାଙ୍କର ଘରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ବିଜ୍ଞ ରାଜନେତ୍ରୀ ଭାବେ ଜଣାଶୁଣା ଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ଣ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ପ୍ରଥମେ ଜି.ଉଦୟଗିରି ଏନଏସିର କାଉନସିଲର ଓ ୨୦୧୩ରେ ଉପାଧ୍ୟକ୍ଷା ହୋଇଥିଲେ । ଭାନୁପ୍ରଭାଙ୍କ ବିୟୋଗରେ ଜି.ଉଦୟଗିରି ଓ କନ୍ଧମାଳ ବିଜେଡି କର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇଁ ବହୁ ବରିଷ୍ଠ ରାଜନେତା ଶୋକପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.