fbpx

ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସର ବହୁ ନେତା ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁ ବଡ଼ ବୟାନ ଦେଇଛନ୍ତି । ବିଜେଡିକୁ ପରାସ୍ତ କରିବା ପାଇଁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନଥିବା ସେ କହିଛନ୍ତି ।

ଏହା ସହ ସେ ନିଜ ବୟାନରେ କହିଛନ୍ତି ଯେ, ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥା ନଥିବାରୁ ବିଜେପି ଫେଲ୍ ମାରୁଛି । ଲୋକ ଭାବୁଛନ୍ତି ବିଜେପି ଓ ବିଜେଡି ଗୋଟିଏ, କିଛି ଫରକ୍ ନାହିଁ । ଏମାନଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଅଛି, ଯାହା ବିଜେପି ପାଇଁ ବ୍ରମେରାଂ ହେଉଛି । ଏହା ସହ ଦଳରେ ସମନ୍ୱୟର ଅଭାବ ରହିଛି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାକୁ ଦେଉନାହାନ୍ତି । ଯେତିକି ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ଦିଆଯାଉଛି, ସେତିକି ଗୁରୁତ୍ୱ ଓଡ଼ିଶାକୁ ଦିଆଯାଉ । କାହିଁକି ଓଡ଼ିଶା ବିଜେପି ହାରୁଛି, ସେନେଇ କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରନ୍ତୁ ବୋଲି ଖାରବେଳ କହିଛନ୍ତି ।

Get real time updates directly on you device, subscribe now.