କିଏ ହେବେ ବିଜେପି ରାଜ୍ୟ ସଭାପତି, ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଏଯାଏଁ କେହି କରିନାହାନ୍ତି ନାମାଙ୍କନ ଦାଖଲ। ସାଢେ ୩ଟା ଯାଏଁ ଚାଲିବ ନାମାଙ୍କନ ଦାଖଲ। ଏବେ ଜାତୀୟ କାଉନସିଲର ପାଇଁ ଚାଲିଛି ନାମାଙ୍କନ।

ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଥିବାରୁ ନେତାଙ୍କ ଭିଡ଼ ଜମିଛି। ସଭାପତି ପାଇଁ କିଏ ଭରିବେ ନାମାଙ୍କନ ତାକୁ ନେଇ ବଡ଼ ସସ୍‌ପେନ୍ସ ରହିଛି। କିଏ ହେବେ ସଭାପତି କିଛି ସମୟ ଭିତରେ ସ୍ପଷ୍ଟ ହେବ ବୋଲି ସମ୍ଭାବନା ରହିଛି।

ଚର୍ଚ୍ଚା ଜୋର ଧରିଛି ଯେ, ମନମୋହନ ସାମଲ ପୁଣିଥରେ ବିଜେପି ରାଜ୍ୟ ସଭାପତି ହେବେ କି? ପ୍ରଦୀପ ପୁରୋହିତ ଓ ସୁକାନ୍ତ ପାଣିଗ୍ରାହୀଙ୍କୁ ନେଇ ବି ଚର୍ଚ୍ଚା ହେଉଛି। ପ୍ରାୟତଃ ସହମତିରେ ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ।