fbpx

ଭୁବନେଶ୍ୱର କରୋନାର ସାଙ୍ଘାତିକ ସ୍ଥିତି: କଟକଣା ବଢ଼ାଇଲା BMC, ମାନିବାକୁ ପଡ଼ିବ ଏହି ନିୟମ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ସବୁଠାରୁ ଅଧିକ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସୁଛି । ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ କଡ଼ାକଡ଼ି କରିଛି ବିଏମସି । ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି ହୋଇଛି । ଠେଲା ଜଳଖିଆ, ଚା’, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ମନା ହୋଇଛି ।

ଦୋକାନ ଆଗରେ ଯେମିତି ଭିଡ଼ ନହେବେ, ସେନେଇ ତାଗିଦ୍ କରିଛି ବିଏମସି । ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କୌଣସି ସପିଂ ମଲ୍, ଦୋକାନ ଭିଡ଼ ନକରିବାକୁ ମଧ୍ୟ ସେ କଡ଼ା ତାଗିଦ୍ କରିଛି ବିଏମସି । ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ନିଶ୍ଚିକ କରିବେ ମଲ୍ କର୍ତ୍ତୃପକ୍ଷ । କୋଭିଡ କଟକଣା ନିଶ୍ଚିତ ପାଇଁ ସବୁ ମଲ୍ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ । କୋଭିଡ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନକୁ କଡ଼ା ତାଗିଦ୍ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୩୩୭ ଜଣ କ୍ୱାରାଣ୍ଟିନରେ ରହିଥିବା ବେଳେ ୨୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ରୁ କମ ବର୍ଷର ପିଲା ୬୯ ଜଣ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ସୁନ୍ଦରଗଡରୁ ୬୩ , ସମ୍ବଲପୁରରୁ ୪୧ , ମୟୁରଭଞ୍ଜରୁ ୧୬, ବାଲେଶ୍ୱରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଜପତି ,କଳାହାଣ୍ଡି ଓ ନୟାଗଡରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର୧୫, ଝାରସୁଗୁଡା ୬, ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୪ ହଜାର ୦୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.