fbpx

‘ମୁଁ ଦୁଇଜଣ ସଫଳ ଅଭିନେତ୍ରୀଙ୍କୁ ଡେଟ କରିଛି..’, ପ୍ରେମରେ ଧୋକାକୁ ନେଇ ମୁହଁ ଖୋଲିଲେ ରଣବୀର କପୁର

ନୂଆଦିଲ୍ଲୀ: ରଣବୀରଙ୍କ ଲଭ ଲାଇଫ ଖୁବ ଚର୍ଚ୍ଚାରେ ରହିଛି । ଆକ୍ଟର ଅନେକ ଟପ ଆକ୍ଟ୍ରେସଙ୍କୁ ଡେଟ କରନ୍ତି । ଏଥିରେ ଆକ୍ଟରମାନଙ୍କ ଉପରେ ପ୍ଲେ ବୟ ହେବାର ଅଭିଯୋଗ ମଦ୍ୟ ଲାଗିଥାଏ । ଯାହାକୁ ନେଇ ବର୍ତ୍ତମାନ ରଣବୀର କପୁର ରିଆକ୍ଟ କରୁଛନ୍ତି ।

ହ୍ୟାଣ୍ଡସମ ହଙ୍କ ରଣବୀର କପୁରଙ୍କ ନାମ ଅନେକ ଆକ୍ଟ୍ରେସଙ୍କ ସହ ଯୋଡାଯାଇଛି । ଏହି ଅଭିନେତାଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ଅସିଛି । ରଣବୀର କପୁରଙ୍କ ନାମ ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, ସୋନମ କପୁର, ପ୍ରିୟଙ୍କା ଚୋପ୍ରାଙ୍କଠାରୁ ନେଇ ସୃତି ହାସନ ପର୍ଯ୍ୟନ୍ତ ଜଡିତ । ହେଲେ ପ୍ରଥମେ ରଣବୀର ଏହା କନଫର୍ମ କରିନଥିଲେ ଯେ, ସେ କେତେ ଅଭିନେତ୍ରୀଙ୍କ ସହ ଡେଟ କରିଛନ୍ତି ।

ବର୍ତ୍ତମାନ ପିପଲ ୱିଥ କରନରେ ରଣବୀର କପୁର କହିଛନ୍ତି ଯେ, ସେ ଅନେକ ସଫଳତା ପାଇଥିବା ଅଭିନେତ୍ରୀଙ୍କ ସହ ରିଲେସନସିପରେ ରହିଆସିଛନ୍ତି । ରଣବୀର ନିଜ ଉପରେ ଧୋକାର ଅଭିଯୋଗ ବିଷୟରେ ମଧ୍ୟ କହିଛନ୍ତି । ରଣବୀର କହିଛନ୍ତି, ମୁଁ ବହୁତ ସଫଳତା ହାସଲ କରିଥିବା ଅଭିନେତ୍ରୀଙ୍କୁ ଡେଟ କରିଛି । ମୋତେ ମୋ ଜିଭନର ଏକ ବଡ ପାର୍ଟ ପାଇଁ ଧୋକେବାଜର ଲେବଲ ଦିଆଯାଇଛି ଏବଂ ଏହା ମୁଁ ଏବେ ବି ଅଛି ।

ରଣବୀର କପୁର ଦୀପିକା ପାଦୁକୋନଙ୍କ ସହ ରିଲେସନସିପରେ ଥିଲେ । ରଣବୀର ଏବଂ ଦୀପିକା ଲଭଷ୍ଟୋରୀ ଫିଲ୍ମ ବଚନା ୟୈ ହସିନୋର ସୁଟିଂ ସମୟରେ ଆରମ୍ଭ ହୋଇଥିଲା । ଦୀପିକା ନିଜ ଦେହରେ ରଣବୀରଙ୍କ ନାମର ଏକ ଟାଟୁ କରିଥିଲେ ।

ହେଲେ ଏହି ଦୁଇଜଣଙ୍କ ସଂପର୍କ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୧୦ରେ ଦୁଇଜଣଙ୍କର ବ୍ରେକଅପ ହୋଇଥିଲା । ଏକ ଇଣ୍ଟରଭ୍ୟୁରେ ଦୀପିକା ବ୍ରେକଅପର କାରଣ ବିଷୟରେ କହି ରଣବୀରଙ୍କ ଉପରେ ସେ ଧୋକା ଦେବାର ଅଭିଯୋଗ ଲଗାଇଥିଲେ ।

ଦୀପିକାଙ୍କ ପରେ ସେ କ୍ୟାଟ୍ରିନା କୈଫଙ୍କ ସହ ଡେଟ କରିଥିଲେ, ଦୁଇଜଣ ୬ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ଥିଲେ । ହେଲେ ୨୦୧୬ରେ ସେ ନିଜ ରାସ୍ତା ଅଲଗା କରିଥିଲେ । ୨୦୨୨ ମସିହାରେ ରଣବୀର କପୁର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କର ଝିଅ ହୋଇଛି, ଯାହାର ନାମ ରାହା ।

Get real time updates directly on you device, subscribe now.