ଗାର୍ଲଫ୍ରେଣ୍ଡ ପାଇଁ ବାଇକ୍ ଚୋରି କଲା ପ୍ରେମିକ, ପରେ ମାଲିକକୁ ଏପରି ଚିଠି ଲେଖି ଫେରାଇଲା
ପ୍ରେମିକା ପାଇଁ ବାଇକ୍ ଚୋର ସାଜିଲା ପ୍ରେମିକ, ପରେ ଅନୁତାପ କରି ଫେରାଇଦେଲା ବାଇକ୍
ବ୍ରହ୍ମପୁର: ଜଣେ ବାଇକ୍ ଚୋର, ଚୋରି କରିଥିବା ବାଇକକୁ ପଛରେ ମାଲିକଙ୍କୁ ଫେରାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ବ୍ରହ୍ମପୁରର ଜଣେ ଯୁବକ ଚୋରି ବାଇକକୁ ଏକ ଚିଠି ଲେଖି ପୁଣି ମାଲିକକୁ ଫେରାଇ ଦେଇଛି।
ବ୍ରହ୍ମପୁରର ଲାଞ୍ଜିପାଲି ଅଞ୍ଚଳରେ କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କର ବାଇକ୍ ଚୋରି ହୋଇଯାଇଥିଲା। ସେ ସିସିଟିଭି କ୍ୟାମେରା ଚକେ୍ କରିଥିଲେ। ଏହି ବାଇକର ମାଲିକଜଣକ ସିସିଟିଭି ଫୁଟେଜକୁ କେନ୍ଦ୍ର କରି ଥାନାରେ ଏଫଆଇଆର ଦାଖଲ କରିଥିଲେ। ଏହାପରେ ପୋଲିସ ତଦନ୍ତ କରିଥିଲା।
କିନ୍ତୁ ଏହି ଷ୍ଟୋରୀଟି ଏକ ଫିଲ୍ମର ମୋଡ଼ ନେଇଥିଲା। ଚୋରି ହୋଇଥିବା ବାଇକ୍ ସକାଳେ ସେହି ସ୍ଥାନରେ ଥିଲା, ଯେଉଁ ସ୍ଥାନରୁ ଚୋରି ହୋଇଥିଲା। ଖାଲି ଏତିକି ନୁହେଁ, ଏହି ବାଇକରେ ଏକ ଚିଠି ମଧ୍ୟ ଥିଲା।
ଏହି ଚିଠିରେ ଲେଖାଯାଇଥିଲା ଯେ, ମୁଁ ଦୁଃଖିତ। ମୋ ଗାର୍ଲଫେଣ୍ଡର ଦୁର୍ଘଟଣା ହୋଇଯାଇଥିଲା। ସେତେବେଳେ ମୋତେ ତାକୁ ହସ୍ପିଟାଲ ନେବା ପାଇଁ ଟଙ୍କା ଦରକାର ଥିଲା। ସେଥିପାଇଁ ମୁଁ ଆପଣଙ୍କ ବାଇକ୍ ନେଇଥିଲି। ମୋତେ ଏକ ଭାଇ ପରି କ୍ଷମା କରିଦେବେ।
ଏହି ଘଟଣାଟି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ବାଇକ୍ ମାଲିକ ଆଶ୍ୱସ୍ତି ପାଇଛନ୍ତି।