fbpx

ଭୁଲରେ BUG ବ୍ୟବହାରକାରୀଙ୍କ ପାଖକୁ ପଠାଇଦେଲା ୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି, ଫେରାଇ ଦେବାକୁ ସିଇଓଙ୍କ ନିବେଦନ

Advertisement

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଅନେକ ଡିଆଇଏଫଆଇ ପ୍ଲାଟଫର୍ମରେ ଅନେକ ବଡ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ବିକେନ୍ଦ୍ରୀକୃତ ବିତ୍ତୀୟ ମଞ୍ଚ କମ୍ପାଉଣ୍ଡର  ତଥ୍ୟ ମୁତାବକ ଏକ ବଗ ବ୍ୟବହାରକାରୀଙ୍କୁ ଭୁଲବଶତଃ ପାଖାପାଖି ୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି ପଠାଇ ଦେଇଛି । ଘଟଣା ବିଷୟରେ ଜାଣିବା ପରେ ସଂସ୍ଥାର ମୁଖ୍ୟଙ୍କ ଅକଲ ଗୁଡୁମ ହୋଇ ଯାଇଛି । ସଂସ୍ଥାର ସିଇଓ ଗ୍ରାହକଙ୍କୁ ସ୍ୱଇଚ୍ଛାରେ ଏହି କ୍ରିପ୍ଟୋକରେନ୍ସି ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ।

ପାରମ୍ପରିକ ଆର୍ଥିକ ନେଣଦେଣ ପ୍ରକ୍ରିୟାକୁ ଉନ୍ନତ ଧରଣର କରିବା ଆଶାରେ କ୍ରିପଟୋକରେନ୍ସି ପ୍ଲାଟଫର୍ମରେ ଏମିତି ତ୍ରୁଟି ଦେଖିବାକୁ ମିଳିଛି । ଏହାର ଏକ ପ୍ଲାଟଫର୍ମ ହେଉଛି ଡେଫି । ଯେଉଁଥିରେ ବ୍ୟାଙ୍କ କିମ୍ବା ମଧ୍ୟସ୍ଥ ନଥାଆନ୍ତି । ଏହାର ସମସ୍ତ ପ୍ରକ୍ରିୟା କମ୍ପ୍ୟୁଟର କୋଡ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ହୋଇଥାଏ । ବିଶେଷ କରି ଏହି କ୍ଷେତ୍ରରେ କୋଡର ପ୍ରଚଳନ ଅଧିକ ହୋଇଥାଏ । ଲୋକଙ୍କ କହିବା କଥା ଯେବେ କୋଡରେ ତ୍ରୁଟି ହୁଏ ତେବେ ବ୍ୟବହାରକାରୀଙ୍କ ପାଇଁ ଏହା ବିପଦର କାରଣ ପାଲଟିଥାଏ । ଏହି ସବୁ ଉନ୍ନତ ମାନର ପ୍ରଣାଳୀ ସତ୍ତେ୍ୱ ଏହି ବଗ୍ ଭୁଲବଶତଃ ପାଖାପାଖି ୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି ନିଜର ଗ୍ରାହକଙ୍କ ପାଖକୁ ପଠାଇ ଦେଇଛି । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, କେତେ ଜଣ ଉପଯୋଗକର୍ତ୍ତା ବା ଗ୍ରାହକ ଏହି କ୍ରିପ୍ଟୋକରେନ୍ସି ଫେରାଇବେ କି ନାହିଁ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଧରଣର ତ୍ରୁଟି ରୋକିବା ପାଇଁ ଅନେକ ସୁରକ୍ଷା ଉପାୟ ରହିଛି । ଆମେରିକାନ ଫର ଫାଇନାନସିଆଲ ରିଫର୍ମର ଜଣେ ବରିଷ୍ଠ ବିଶ୍ଳେଷକଙ୍କ ଅନୁଯାୟୀ, ଯଦି ମୋ ପାଖରେ କମ୍ପାଉଣ୍ଡରେ ଅର୍ଥ ରହିଛି ତେବେ କ୍ରିପ୍ଟୋକରେନ୍ସିର ଏହି କୋଡ୍ ପ୍ରଚଳିତ ସିଷ୍ଟମ ଉପରେ କେତେ ବିଶ୍ୱାସ ରହିବ ।

ଏହି ତ୍ରୁଟି ବୁଧବାର ତେବେ ସାମ୍ନାକୁ ଆସିଥିଲା ଯେବେ ଉପଯୋଗକର୍ତ୍ତା କମ୍ପାଉଣ୍ଡର ପ୍ଲାଟଫର୍ମକୁ ଅପଡେଟ୍ କରିଥିଲେ ଏବଂ ସେଥିରେ ଏକ ବଗ୍ ରହିଥିଲା । କମ୍ପାଉଣ୍ଡ ଲାବ୍ସ ଇଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରବର୍ଟ ଲେନସର ଟ୍ୱିଟ୍ କରି କହିଛନ୍ତି, ବଗରେ କିଛି ଉପଯୋଗକାରୀଙ୍କ ପାଇଁ ବହୁତ ଅଧିକ ସମସ୍ୟା ପରିଲଖିତ ହେଉଛି । କାରଣ ଏହି ମଞ୍ଚ ବିକେନ୍ଦ୍ରକରଣ ଅର୍ଥାତ ଏଥିରେ ନା କମ୍ପାନୀ ରହିଥାଏ ନା କାହା ପାଖରେ କିଛି ଟୋକନ ବିତରଣ କରିବାର କ୍ଷମତା ରହିଥାଏ ।

ଲାସନର କହିଛନ୍ତି, ଏହି ଫ୍ଲାଟଫର୍ମରେ ୨୮୦,୦୦୦ ସିଓଏମପି ଟୋକନ ପର୍ଯ୍ୟନ୍ତ ସୀମିତ ଥିଲା, ଯାହାର ଆନୁମାନିକ ମୂଲ୍ୟ ୮୯.୩ ମିଲିୟନ ଡଲାର ରହିଥିଲା । କିନ୍ତୁ କୋଡରେ ତ୍ରୁଟି କାରଣରୁ ଉପଯୋଗକର୍ତ୍ତାଙ୍କ ପାଖକୁ ୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି ଚାଲିଗଲା । ଏବେ ସିଇଓଙ୍କୁ ଉକ୍ତ ପରିମାଣର କ୍ରିପ୍ଟୋକରେନ୍ସି ଫେରାଇ ଦେବାକୁ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.