fbpx

କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ: ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

AAKASH

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି ।

ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ l

ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି ।

ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.