fbpx

ବିନା ଅନୁମତିରେ ଡାକିପାରିବେ ନାହିଁ ‘Bhidu’, ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ୟାକି ଶ୍ରଫ୍‌

Advertisement

ନୂଆଦିଲ୍ଲୀ: ଲୋକପ୍ରିୟ ଭେଟେରାନ୍ ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ । ତାଙ୍କ ଦମଦାର ଅଭିନୟ ଏବଂ ଡାଏଲଗ୍ ପାଇଁ ଆଜି ବି ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କ ବ୍ୟକ୍ତିତ୍ୱ ଏବଂ Publicity Rightର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାଁ, ଫଟୋ, ସ୍ୱର ଏବଂ ‘Bhidu’ ଶବ୍ଦ ବ୍ୟବହାରକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି ।

ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସଞ୍ଜୀବ ନରୁଲାଙ୍କ ଏକ ବେଞ୍ଚ୍ ଅଭିନେତାଙ୍କ ମକଦ୍ଦମା ଉପରେ ଏକ ସମନ ଜାରି କରି ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ମେ ୧୫ରେ ବିଚାର କରାଯିବ ବୋଲି କହିଛନ୍ତି । ଅଭିନେତା ଜଣଙ୍କ ତାଙ୍କ ନାଁ ‘ଜ୍ୟାକି ଶ୍ରଫ୍‌’, ‘ଜ୍ୟାକି’, ‘ଜଗ୍‌ଗୁ ଦାଦା’, ‘ଭିଡୁ’, ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ଅଧିକାର ତଥା Publicity Right (ଯେକୌଣସି ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଲାଭ ପାଇଁ ତାଙ୍କ ସହ ସ୍ୱତନ୍ତ୍ର ଭାବେ ଜଡ଼ିତ) ଉଲ୍ଲଙ୍ଘନ ଉପରେ ରୋକ୍ ଲଗାଇବା ପାଇଁ ସ୍ଥାୟୀ ନିର୍ଦ୍ଦେଶନାମା ଚାହୁଁଛନ୍ତି ।

 

 

Get real time updates directly on you device, subscribe now.