fbpx

CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି: ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସିବିଏସଇ ବୋର୍ଡ ପରୀକ୍ଷା ୨୦୨୩ ର ପ୍ରାର୍ଥୀଙ୍କ ଏଜୁକେସନ୍ ଭେରିଫିକେସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି । ସିବିଏସଇ ବୋର୍ଡ କ୍ଲାସ୍ ଦଶମ, ଦ୍ୱାଦଶ ଡକ୍ୟୁମେଣ୍ଟ ଯାଞ୍ଚ ସମ୍ବନ୍ଧୀୟ ବିଜ୍ଞପ୍ତି ସିବିଏସଇର ଅଫିସିଆଲ୍ ୱେବସାଇଟ୍ cbse.gov.inରେ ଉପଲବ୍ଧ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଦ୍ୱାରାଡିଜିଟାଲ ଡକ୍ୟୁମେଣ୍ଟକୁ ଅପଲୋଡ୍ କରିବା ଓ ହାୟର ଏଜୁକେସନ୍ ବିଦ୍ୟାର୍ଥୀଙ୍କ ପାଇଁ NAD ର ଡିଜିଲକର ପ୍ଲାଟଫର୍ମରେ ୨୧ ବର୍ଷ ପାଇଁ ଅର୍ଥାତ୍ ୨୦୦୧ରୁ ୨୦୨୨ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ବିଦ୍ୟାର୍ଥୀଙ୍କ ରେଜଲ୍ଟ ଡାଟା ଅପଲୋଡ କରାଯାଇଛି ।

ବୋର୍ଡ ଦ୍ୱାରା ଅପଲୋଡ୍ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ଡିଜିଟାଲ୍ ଭାବରେ ସ୍ୱାକ୍ଷରିତ ହୋଇଛି ଏବଂ ପ୍ରାମାଣିକିକରଣ ପାଇଁ PKI ଆଧାରିତ QR କୋଡ୍ ଅଛି । ଶିକ୍ଷାନୁଷ୍ଠାନ ଏବଂ ନିଯୁକ୍ତିଦାତାମାନେ ଏହି ଏକାଡେମିକ୍ ଡକ୍ୟୁମେଣ୍ଟଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ମୋବାଇଲ୍ ଆପ୍ ସାହାଯ୍ୟରେ ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.