fbpx

ରାସନ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା: ୩୦ ଦିନ ମଧ୍ୟରେ ଶେଷ କର ଏହି କାମ, ସରକାର ବଦଳାଇଲେ ନିୟମ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ଯଦି ଆପଣ ମଧ୍ୟ ରାସନ ନେଉଛନ୍ତି, ତେବେ ନୂଆ ନିୟମ ବିଷୟରେ ଅବଶ୍ୟ ଜାଣନ୍ତୁ ନଚେତ୍ ଆପଣଙ୍କର ବହୁତ କ୍ଷତି ହୋଇପାରେ ।

ସରକାରଙ୍କ ଦ୍ୱାରା ମାଗଣା ରାସନ ଯୋଗାଇ ଦିଆଯାଉଛି, ଯେଉଁଥିରେ ଅନେକ ଅଯୋଗ୍ୟ ଲୋକ ଏହାର ଫାଇଦା ନେଉଛନ୍ତି । ଏହାକୁ ରୋକିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି । ଏଥିସହ ନୂଆ ନିର୍ଦ୍ଦେଶ ପାଳନ କରୁ ନ ଥିବା ହିତାଧିକାରୀଙ୍କ ରାସନ କାର୍ଡ ବାତିଲ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ମାଗଣା ରାସନ ନେଉଥିବା ଲୋକଙ୍କୁ ନିଜର ଭେରିଫିକେସନ୍ କରିବାକୁ ପଡ଼ିବ । ଏଥିପାଇଁ ୩୦ ଦିନର ସମୟ ଦିଆଯାଇଛି । ଯଦି ଯାଞ୍ଚରେ ଆପଣ ଅଯୋଗ୍ୟ ବୋଲି ଜଣାପଡେ, ତେବେ ଆପଣଙ୍କ କାର୍ଡ ବାତିଲ କରାଯିବ ।

ତେବେ ଅଯୋଗ୍ୟ ରାସନ କାର୍ଡଧାରୀଙ୍କ କାର୍ଡକୁ ସରକାର ଶୀଘ୍ର ବାତିଲ କରୁଛନ୍ତି । ଏହା ଉପରେ ଶୀଘ୍ର ଆକ୍ସନ ନିଆଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୨ କୋଟି ୪୧ ଲକ୍ଷ କାର୍ଡ ବାତିଲ ହୋଇଛି । ଏଥିରେ ସବୁଠାରୁ ଅଧିକ ୟୁପିରେ ବାତିଲ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.