fbpx

ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜରିଆନ ଡେଲିଭରି କେସ୍: ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ, ଅଡିଟ୍ ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ବଢ଼ୁଛି ସିଜରିଆନ ଡେଲିଭରି କେସ୍ । ଏହି ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଥର ଅଡିଟ୍ ପାଇଁ ସମସ୍ତ CDM ଓ PHOକୁ ଚିଠି ଲେଖିଛି ପରିବାର ଓ କଲ୍ୟାଣ ବିଭାଗ । ନିୟମ ମାନି ଡେଲିଭରି ହେଉଛି କି ନାହିଁ, ସେନେଇ ଚେକ୍ ହେବ । ତେବେ ଘରୋଇ ହସ୍ପିଟାଲରେ ୭୦.୭% କେସ ଦେଖିବାକୁ ମିଳୁଛି ।

ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ-୪ ତଥ୍ୟ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଘରୋଇ ହସ୍ପିଟାଲରେ ସି-ସେକ୍ସନ ଡେଲିଭରି ୫୩.୭%ରୁ ୭୦.୭%କୁ ବୃଦ୍ଧି ପାଇଛି। ଅଧ୍ୟୟନରୁ ଅଧିକ ହାର ପ୍ରକାଶ ପାଇଥିବାରୁ ସରକାର ସି-ସେକ୍ସନ ଅଡିଟ୍ ବ୍ୟବସ୍ଥାକୁ ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ସରକାର କେବଳ ସି-ସେକ୍ସନ ଡେଲିଭରିର ଅଡିଟ୍ କରୁଥିଲେ, ଯାହା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କରାଯାଉଥିଲା। ଏବେ କିନ୍ତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତ ୩୦ଟି ଜିଲ୍ଲା ଓ ନଗରାଞ୍ଚଳରେ ଥିବା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କ ଅଧୀନରେ ଆସୁଥିବା ଡାକ୍ତରଖାନାଗୁଡ଼ିକର ଅଡିଟ୍ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ ୧ ତାରିଖରୁ ଏହି କାମ ଆରମ୍ଭ ହେବ ଏବଂ ଅଡିଟ୍ ପାଇଁ ସିଡିଏମ୍ଓ ଓ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀଙ୍କୁ ଚୟନ କରାଯିବ।

Get real time updates directly on you device, subscribe now.