fbpx

ସେପ୍ଟେମ୍ବର ୧ ତାରିଖରୁ ବଦଳିଯିବ ଚେକ୍ କ୍ଲିୟରିଂ ସିଷ୍ଟମ୍! ଏହି ସୂଚନା ନଦେଲେ ପଡ଼ିବେ ହଇରାଣରେ

Advertisement

ନୂଆଦିଲ୍ଲୀ: ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ୍ ଗ୍ରାହକ ତେବେ ଏହା ହେଉଛି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଆକ୍ସିସ୍ ବ୍ୟାଙ୍କର ଚେକ୍ ବୁକ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ହେଉଛି ଖୁବ୍ ଜରୁରୀ । ସେପ୍ଟେମ୍ବର ୧ ତାରିଖରୁ ବ୍ୟାଙ୍କ୍ ରେ ଚେକ୍ କ୍ଲିୟରିଂ ସିଷ୍ଟମ୍ ବଦଳିଯିବ । ଆକ୍ସିସ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏସଂକ୍ରାନ୍ତରେ ମେସେଜ୍ ମାଧ୍ୟମରେ ସୂଚନା ଦେଇଛି । ଆସନ୍ତା ମାସ ୧ ତାରିଖରୁ ଚେକ୍ କ୍ଲିୟରାନ୍ସ ହେବାର ଗୋଟିଏ ୱାକିଂ ଡେ ବା କାର୍ଯ୍ୟ ଦିବସ ପୂର୍ବରୁ ପଜିଟିଭ୍ ପେ ଡିଟେଲନ୍ସ ଦେବାକୁ ହେବ । ଏପରି ନକଲେ ଚେକ୍ ରିଟର୍ଣ୍ଣ ହୋଇଯିବ ।

ସୂଚନାଯୋଗ୍ୟ ଯେ, ୨୦୨୧ ଜାନୁଆରୀ ମାସ ୧ ତାରିଖରୁ ଦେଶରେ ଚେକ୍ ପାଇଁ ନୂତନ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରାଯାଇଛି । ତେବେ ପଜିଟିଭ୍ ପେ ସିଷ୍ଟମ୍ ହେଉଛି ଏକ ଅଟୋମେଟେଡ୍ ଫ୍ରଡ୍ ଡିଟେକ୍ସନ୍ ଟୁଲ୍ । ଚେକ୍ କ୍ଲିୟର୍ କରିବା ସମୟରେ ପଜିଟିଭ୍ ପେ ନିୟମ ମାନିଲେ ଗ୍ରାହକଙ୍କ ଚେକ୍ ର ଭୁଲ ବ୍ୟବହାର ହେବ ନାହିଁ । ଏଥିପାଇଁ ଏସ୍ଏମଏସ୍ ଜରିଆରେ ଗ୍ରାହକଙ୍କ ପାଖକୁ ସୂଚନା ପଠାଯାଉଛି । ତେଣୁ ସେନ୍ଟେମ୍ବର ୧ ତାରିଖ ପରଠାରୁ ୫ ଲକ୍ଷ ବା ଏହାଠାରୁ ଅଧିକ ଟଙ୍କାର ଚେକ୍ ରିଟର୍ଣ୍ଣ ହୋଇଯିବ ।

ଏହି ସିଷ୍ଟମ ମାଧ୍ୟମରେ ଏସ୍ଏମଏସ୍, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଚେକ୍ ସୂଚନା ଦିଆଯାଇପାରିବ । ଚେକ୍ ଦେୟ ଦେବା ପୂର୍ବରୁ ଏହି ବିବରଣୀଗୁଡିକ ପୁନ-ଯାଞ୍ଚ କରାଯିବ । ଯଦି ଏଥିରେ କୌଣସି ଅସଙ୍ଗତି ଦେଖାଯାଏ, ତେବେ ବ୍ୟାଙ୍କ ସେହି ଚେକ୍ କୁ ରିଜେକ୍ଟ କରିଦେବ । ଏଠାରେ ଯଦି ଦୁଇଟି ବ୍ୟାଙ୍କର ମାମଲା ଅଛି ଯଥା ଯେଉଁ ବ୍ୟାଙ୍କର ଚେକ୍ କଟାଯାଇଛି ଏବଂ ଯେଉଁ ବ୍ୟାଙ୍କରେ ଚେକ୍ ଭର୍ତ୍ତି କରାଯାଇଛି, ଉଭୟଙ୍କୁ ଏ ବିଷୟରେ ଅବଗତ କରାଯିବ।

Get real time updates directly on you device, subscribe now.