fbpx

ଆଜି ୭୫ତମ ସ୍ୱାଧୀନତା ଦିବସ: ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ପୂର୍ବାହ୍ନ ୯ଟାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ । ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ।  ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାରୋହରେ ୩ଟି ଜଣ୍ଟିଜେଣ୍ଟଠାରୁ ଅଭିବାଦନ ଗ୍ରହଣ କରିବେ ସିଏମ ନବୀନ । ଅଳ୍ପ କିଛି ଅତିଥୀଙ୍କୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହେବ । କରୋନା ସମ୍ପୂର୍ଣ୍ଣ ଭାବେ ଯାଇ ନଥିବାରୁ ପାଳିତ ହେବାକୁ ଥିବା ଏହି ପରେଡ୍ ବେଳେ ସାଧାରଣ ଲୋକଙ୍କୁ ପଡିଆ ଭିତରକୁ ପଶିବାକୁ ଅନୁମତି ମିଳିବ ନାହିଁ । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ଦାୟିତ୍ୱରେ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.