fbpx

ମନରେଗା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ପ୍ୟାକେଜ୍, ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପାଇଁ ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ମନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଏପ୍ରିଲ, ମେ’ ଓ ଜୁନରେ କାମର କରିଥିବା ମନରେଗା ଶ୍ରମିକମାନେ ବିଶେଷଭାବେ ଉପକୃତ ହେବେ ।

ତେବେ ମନରେଗା ଶ୍ରମିକମାନେ ପ୍ରତି ଶ୍ରମଦିବସ ଲାଗି ଅତିରିକ୍ତ ୫୦ ଟଙ୍କା ପାଇବେ । ମନରେଗା ଶ୍ରମିକଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜରେ ୩୨ ଲକ୍ଷ ଶ୍ରମିକ ଉପକୃତ ହେବେ । ଏହି ପ୍ୟାକେଜ ପାଇଁ ୫୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.