fbpx

ଚୀନର ଚାଲ ଫେଲ! ଏଲନ ମସ୍କଙ୍କ ସହାୟତାରେ ମହାକାଶକୁ ପଠାଇଥିବା ରକେଟ ଭାଙ୍ଗି ୩୦୦ ଖଣ୍ଡ

ନୂଆଦିଲ୍ଲୀ: ଚୀନ ଟେସ୍ଲା କମ୍ପାନୀର ସିଇଓ ଏଲନ ମସ୍କଙ୍କଠାରୁ ପ୍ରେରଣା ନେଇ ନିଜର ଏକ ରକେଟ ମହାକାଶକୁ ପଠାଇଥିଲା, ଯାହା ବର୍ତ୍ତମାନ ଭାଙ୍ଗି ୩୦୦ ଖଣ୍ଡ ହୋଇଯାଇଛି । ବର୍ତ୍ତମାନ ଏହା ସ୍ପେସ ଜଙ୍କ ରେ ପରିଣତ ହୋଇଛି । ସେହିପରି ଆମେରିକୀୟ ସ୍ପେସ କମାଣ୍ଡ(USSPACECOM) କହିଛି ଯେ, ୧୮ କିଆନଫାନ୍ ସାଟେଲାଇଟର ସଫଳତା ପରେ ଚୀନର ଲଙ୍ଗ ମାର୍ଚ୍ଚ 6A ରକେଟ ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଏହା ବର୍ତ୍ତମାନ ପୃଥିବୀର ନିମ୍ନ ପୃଥିବୀ କକ୍ଷପଥରେ ୩୦୦ରୁ ଅଧିକ ଖଣ୍ଡରେ ଘୂର୍ଣ୍ଣନ କରୁଛି । ମଙ୍ଗଳବାର ଦିନ ଲଙ୍ଗ ମାର୍ଚ୍ଚ 6A ରକେଟକୁ ସଟେଲାଇଟ ସହ ଉତ୍ତର ଚୀନ ଶାନସୀ ପ୍ରଦେଶର ତାଇୟୁଆନ ସାଟେଲାଇଟ ଲଞ୍ଚ ସେଣ୍ଟରୁ ଉତପେକ୍ଷଣ କରାଯାଇଥିଲା ।

ସୂଚନାନୁଯାୟୀ, ଚୀନର ଏହି ରକେଟ ସାଟେଲାଇଟକୁ ନେଇ ପାଖାପାଖି ୮୦୦ କିମି ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ସେହିପରି ଏହି ସାଟେଲାଇଟକୁ ସଂଘାଇରେ ଚୀନ ବିଜ୍ଞାନ ଏକାଡେମୀରେ ଇନୋଭେସନ ଦ୍ୱାରା ଡିଜାଇନ କରାଯାଇଥିଲା ।

USSPACECOM ଏକ୍ସରେ ଏକ ପୋଷ୍ଟ ଦ୍ୱାରା କହିଛି ଯେ, ୬ ଅଗଷ୍ଟ ୨୦୨୪ରେ ଲଙ୍ଗ ମାର୍ଚ୍ଚ 6A ରକେଟ ଭାଙ୍ଗିଯିବା ସ୍ପଷ୍ଟ ହୋଇଛି । ଏହା ପୃଥିବୀର ନିମ୍ନ କକ୍ଷରେ ପାଖାପାଖି ୩୦୦ରୁ ଅଧିକ ଆବର୍ଜନା ସହ ରହିଛି । ସେହିପରି ଏଥିରେ କୌଣସି ବିପଦ ନାହିଁ ଏବଂ ସ୍ପେସ ଡୋମେନ ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି ।

Get real time updates directly on you device, subscribe now.