ବିନା VISAରେ ନାଗରିକଙ୍କୁ ପ୍ରବେଶ ଅନୁମତି, ତାଲିକାରେ ୯ଟି ଦେଶ ସାମିଲ

ବେଜିଂ: ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ତଥା ବିଜନେସ୍ ଟ୍ରାଭେଲକୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି ଚୀନ୍ । ଏହା କେବଳ ଚୀନ୍ ନୁହେଁ ବରଂ ଅନ୍ୟ ଦେଶର ନାଗରିକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ୯ଟି ଦେଶର ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩୦ରୁ ୯ଟି ଦେଶର ନାଗରିକମାନେ ବିନା ଭିସାରେ ଚିନରେ ରହିପାରିବେ ବୋଲି କହିଛନ୍ତି ଲିନ୍ ଜିଆନ୍ । ଏହା ସହ ଗତ ବର୍ଷ ଭିସା ମୁକ୍ତ ଯୋଜନା ଅନ୍ତର୍ଗତ ସାମିଲ ହୋଇଥିବା ଦେଶର ସଂଖ୍ୟା ୩୮କୁ ବୃଦ୍ଧି ପାଇଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନଙ୍କ କହିବାନୁଯାୟୀ ବୁଲଗାରିଆ, ରୋମାନିଆ, ମାଲ୍ଟା, କ୍ରୋଏସିଆ, ମୋଣ୍ଟେନେଗ୍ରୋ, ଉତ୍ତର ମେସେଡୋନିୟା, ଏଷ୍ଟୋନିୟା, ଲାତଭିଆ ଏବଂ ଜାପାନ ନାଗରିକଙ୍କୁ ଚୀନରେ ଭିଜା ମୁକ୍ତ ପ୍ରବେଶ ପାଇଁ ଅନୁମତି ମିଳିଛି । କହିରଖୁଛୁ କୋଭିଡ୍ ମହାମାରି ପରେ ଏହି ଯୋଜନାକୁ ବନ୍ଦ କରାଯାଇଥିଲା ।