fbpx

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍: ଗୋଟିଏ ପରିବାରର ୬ ଜଣ କୋଭିଡ ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ପରେ ବର୍ତ୍ତମାନ ସିଲଭର ସିଟିର ପାଳି । କଟକ ସହରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକରେ ଗୋଟିଏ ପରିବାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟୁ ଜୋନ ଭାବରେ ଘୋଷଣା କରାଯାଇଛି ।

କଟକର ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ନୂଆ ରାଉସା ପାଟଣା ଅଞ୍ଚଳରେ ଗୋଟିଏ ପରିବାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବମିଖାଲର ଜୟଦୁର୍ଗା ନଗର ଏବଂ ଭିଏସଏସ ନଗରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.